oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୦୬ କୋଭିଡ୍ ପଜିଟିଭ୍
  • ||
  • ପିଏଫଆଇ ଉପରେ ଲାଗିଲା ୫ ବର୍ଷ ପାଇଁ ପ୍ରତିବନ୍ଧକ, ଆତଙ୍କବାଦୀ କାର୍ଯ୍ୟକଳାପ ନେଇ କାର୍ଯ୍ୟାନୁଷ୍ଠାନ
  • ||
  • ଯାଜପୁର: ମାଆ ବିରଜାଙ୍କ ପୀଠରେ ଚାଲିଛି ନବଦିନାତ୍ମକ ପୂଜା, ସନ୍ଧ୍ୟାରେ ରଥଟଣା
  • ||
  • ଜଗତସିଂହପୁର: ନବରାତ୍ରର ତୃତୀୟ ଦିନ, ମନ୍ତ୍ରଧ୍ୱନୀ ଓ ଚଣ୍ଡୀପାଠରେ କମ୍ପୁଛି ଝଙ୍କଡ଼ ପୀଠ
  • ||
  • କଟକ : କଟକ ସହରରେ ପଶିଲେ ୩ ହାତୀ, ଆକ୍ରମଣରେ ୨ ମୃତ
  • ||

ଯୁଦ୍ଧ ପାଇଁ ଜେଲେନସ୍କିଙ୍କୁ ଦୋଷ ଲଦିଲେ ପୁଟିନ, କହିଲେ…

4/03/2022 at 8:01 AM

ନୂଆଦିଲ୍ଲୀ, ୦୪/୦୩:  ୟୁରୋପରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ପାଇଁ ୟୁକ୍ରେନ ଉପରେ ଦୋଷ ଲଦିଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ରୁଷର ସୁରକ୍ଷା ପରିଷଦ ବୈଠକକୁ ସମ୍ବୋଧନ କରି ପୁଟିନ କହିଛନ୍ତି ଯେ , ୟୁକ୍ରେନ ଜାଣିଶୁଣି ବିଦେଶୀ ନାଗରିକଙ୍କୁ ବନ୍ଧକ ରଖୁଛି। ବରଂ ରୁଷ ସେନା ବିଦେଶୀ ନାଗରିକଙ୍କୁ ଉଦ୍ଧାର କରିବା ଲାଗି ଚେଷ୍ଟା କରୁଛି। ୟୁକ୍ରେନ ୩ ହଜାରରୁ ଅଧିକ ଭାରତୀୟଙ୍କୁ ବନ୍ଧକ ରଖିଛି। ଚୀନ ନାଗରିକଙ୍କୁ ବନ୍ଧକ ରଖିଛି। ଏପରିକି ଭାରତୀୟ ଛାତ୍ରଙ୍କ ଉପସ୍ଥିତି ସମୟରେ ୟୁକ୍ରେନ ଗୁଳି ବର୍ଷା କରିଥିଲା ବୋଲି ପୁଟିନ କହିଛନ୍ତି।

ସେହିପରି ଯୁଦ୍ଧର ମୂଳ କାରଣ ପାଇଁ ମଧ୍ୟ ୟୁକ୍ରେନ ଉପରେ ଦୋଷ ଲଦିଛନ୍ତି ପୁଟିନ। ସେ କହିଛନ୍ତି ଯେ ଜନବସତି ଅଞ୍ଚଳରେ ୟୁକ୍ରେନ ପ୍ରଥମେ ତାର ସେନାଙ୍କୁ ସଂଚାଳନ କରିଥିଲା। ଯେଉଁଥିପାଇଁ ସେସବୁ ସ୍ଥାନରେ ଯୁଦ୍ଧ ବୃଦ୍ଧି ପାଇଥିଲା ବୋଲି ପୁଟିନ କହିଛନ୍ତି।

ସେପଟେ ସିଧାସଳଖ କଥାବାର୍ତ୍ତା ପାଇଁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଆହ୍ବାନ ଦେଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି । ସେ କହିଛନ୍ତି ଯଦି ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହିତ କଥା ହୋଇପାରୁଛ , ସିଧାସଳଖ କଥା ହେବାରେ କିଛି ଅସୁବିଧା ନାହିଁ। ଏମିତି କିଛି ଭାବପ୍ରବଣତା ଦେଖାଇଛନ୍ତି ଜେଲେନସ୍କି।

ସେପଟେ ରୁଷ ଏବଂ ୟୁକ୍ରେନ୍ ଭିତରେ ଦ୍ବିତୀୟ ରାଉଣ୍ଡ ଆଲୋଚନା ଅନୁଷ୍ଠିତ ହୋଇଛି। ଯୁଦ୍ଧ ବିରତି ନେଇ ଏହି ଆଲୋଚନା ଅତି ଗୁରୁତ୍ବପୂର୍ଣ୍ଣ । ବେଲାରୁଷ ସୀମାରେ ଉଭୟ ଦେଶର ପ୍ରତିନିଧି ଏକାଠି ହୋଇଛନ୍ତି । ଆଗରୁ ପ୍ରଥମ ରାଉଣ୍ଡ କଥାବାର୍ତ୍ତାରେ କୌଣସି ନିଷ୍ପର୍ସ ବାହାରି ପାରନଥିଲା । ଆଲୋଚନା ସତ୍ତ୍ୱେ ଯୁଦ୍ଧ ଥମିନି । ହମଲା ଜାରି ରହିବ ବୋଲି ରୁଷ କହିଛି ।

   Related Posts