ଅକ୍ଟୋବରରେ ଚୀନ ଯିବେ ପୁଟିନ୍, ତୃତୀୟ ଫୋରମରେ ହେବେ ସାମିଲ୍
31/08/2023 at 9:53 AM

ମସ୍କୋ, ୩୧/୦୮: ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଆସନ୍ତା ଅକ୍ଟୋବରରେ ଚୀନ୍ ଯିବେ । ୟୁକ୍ରେନ୍ ଯୁଦ୍ଧ ପରଠାରୁ ଏହା ପୁଟିନ୍ଙ୍କ ପ୍ରଥମ ଚୀନ୍ ଗସ୍ତ ହେବ । ୟୁକ୍ରେନ୍ରେ ଯୁଦ୍ଧ ଅପରାଧ ପାଇଁ ଇଣ୍ଟରନ୍ୟାଶନାଲ କ୍ରିମିନାଲ କୋର୍ଟ(ଆଇସିସି) ପୁଟିନଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛି ।
ତେଣୁ ବିଦେଶ ଯିବାରେ ପୁଟିନଙ୍କ ଗିରଫଦାରୀ ଆଶଙ୍କା ରହିଥିବାରୁ ସେ ଭାରତରେ ହେବାକୁ ଥିବା ଜି-୨୦ ସମ୍ମିଳନୀରେ ଯୋଗ ନ ଦେବାର କାରଣ ବୋଲି କୁହାଯାଉଛି । ପୁଟିନ୍ ଚୀନ୍ର ବେଲ୍ଟ ଆଣ୍ଡ ରୋଡ୍ ଇନିସିଏଟିଭ୍ (ବିଆର୍ଆଇ) ଫୋରମ ପକ୍ଷରୁ ଅକ୍ଟୋବରରେ ହେବାକୁ ଥିବା ତୃତୀୟ ଫୋରମରେ ସାମିଲ ହେବେ । ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ ଏଥିନିମନ୍ତେ ପୁଟିନଙ୍କୁ ନିମନ୍ତ୍ରଣ କରିଥିଲେ ।
Related Posts
ଚିନ୍ତା ବଢାଇଲା ହୃଦଘାତ ସମସ୍ୟା: ୨୦୨୨ରେ ମୃତ୍ୟୁ ସଂଖ୍ୟା ୧୨.୫% ବୃଦ୍ଧି
4 December 2023