ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଗୁରୁବାର ବାର୍ଷିକ ଅଧିବେଶନରେ ଦେଶକୁ ସମ୍ୱୋଧିତ କରିଛନ୍ତି । ୟୁକ୍ରେନ ସହ ଚାଲିଥିବା ଯୁଦ୍ଧ ମଧ୍ୟରେ ପୁଟିନଙ୍କ ଏହି ଭାଷଣ କେବଳ ରୁଷ ନୁହେଁ ବରଂ ୟୁରୋପ, ଆମେରିକା ସହ ସମେତ ଦୁନିଆ ପାଇଁ ଗୁରୁତ୍ୱପୂର୍ଣ୍ଣ । ନିଜ ଭାଷଣରେ ପୁଟିନ ପୁଣି ଥରେ ୟୁକ୍ରେନର ସହଯୋଗୀଙ୍କୁ ଚେତାବାନୀ ଦେଇଛନ୍ତି । ସେ କହିଛନ୍ତି ଯେ ରୁଷ ବିରୋଧ ଯୁଦ୍ଧରେ ସାମିଲ ହେଲେ କ୍ଷତି ହେବା ନିଶ୍ଚିତ । ଏପରି ଆକ୍ରମଣକାରୀ ବୁଝିବା ଦରକାର ଯେ ଆମ ପାଖରେ ବି ହତିଆର ଅଛି, ଯାହା ସେମାନଙ୍କ କ୍ଷେତ୍ରରେ ଆକ୍ରମଣ କରିପାରେ । ଏହାର ପରିଣାମ ଅତୀତ ତୁଳନାରେ ବହୁ ଦୁଃଖଦ ହେବ ।
ଭ୍ଲାଦିମିର ପୁଟିନ ମସ୍କୋରେ ବାର୍ଷିକ ଅଧିବେଶନ ସମୟରେ ଦେଶକୁ ସମ୍ୱୋଧିତ କରି କହିଛନ୍ତି ଯେ ରୁଷ ଆଜି ଜିଡିପି ହିସାବରେ ୟୁରୋପର ସବୁଠୁ ବଡ଼ ଏବଂ ଦୁନିଆର ପଞ୍ଚମ ବୃହତ ଅର୍ଥବ୍ୟବସ୍ଥା । ପୂର୍ବ ଅନୁମାନ ଅନୁସାରେ ପୁଟିନ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଏହାକୁ ପ୍ରସଙ୍ଗ କରିବାକୁ ଚାହୁଁଛନ୍ତି । ସେ ଯାଣିଛନ୍ତି ଯେ ୟୁକ୍ରେନ ସହ ଦୁଇ ବର୍ଷ ଧରି ଚାଲିଥିବା ଯୁଦ୍ଧରେ ତାଙ୍କ ଦେଶର ହଜାର ହଜାର ସଂଖ୍ୟାରେ ସୈନିକଙ୍କ ମୃତ୍ୟୁ ହୋଇଛି ଏବଂ ଅନେକ ସୈନିକ ଦୁଇ ବର୍ଷ ଧରି ନିଜ ପରିବାରଠାରୁ ଅଲଗା ରହୁଛନ୍ତି ।
ପଢନ୍ତୁ: ‘ବିଶ୍ୱଯୁଦ୍ଧ’ର ରୂପ ନେବ ରୁଷ-ୟୁକ୍ରେନ ଯୁଦ୍ଧ, ନିଜ ସେନା ଓହ୍ଲାଇବାକୁ ଫ୍ରାନ୍ସର ପ୍ରସ୍ତୁତି
ବିବିସି ରିପୋର୍ଟ ଅନୁସାରେ ରୁଷର ଆର୍ଥିକ ଡାଟା ଉପରେ ବିଶ୍ୱାସ କରିବା ମୁସ୍କିଲ, କିନ୍ତୁ ଏପରି ଅନୁମାନ କରାଯାଉଛି ଯେ ରୁଷ ଅର୍ଥବ୍ୟବସ୍ଥା ବର୍ତ୍ତମାନ ଭଲ ପ୍ରଦର୍ଶନ କରୁଛି । ପୁଟିନ ଦାବି କରିଛନ୍ତି ଯେ ରୁଷର ଅର୍ଥବ୍ୟବସ୍ଥା ଲଗାତାର ଭଲ ପ୍ରଦର୍ଶନ କରୁଛି । ଅନେକ କଟକଣା ସତ୍ତ୍ୱେ ରୁଷରେ ପ୍ରଗତି ଥମି ନାହିଁ ।