Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ୟୁକ୍ରେନ ସହ ଯୁଦ୍ଧ ଭିତରେ ସୈନ୍ୟ ଶକ୍ତି ବଢାଇବ ରୁଷ, ସୈନିକଙ୍କ ସଂଖ୍ୟା ୨୦ ଲକ୍ଷ ଟପିବ

25/08/2022 at 7:50 PM

ନୂଆଦିଲ୍ଲୀ: ୟୁକ୍ରେନ ସହ ଜାରି ଯୁଦ୍ଧ ଭିତରେ ରୁଷ ନିଜକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ପ୍ରସ୍ତୁତି କରୁଛି । ଏହା ଜରିଆରେ ରୁଷ ନିଜ ସେନାରେ ଅଧିକ ସୈନିକ ଭର୍ତ୍ତି କରିବାକୁ ଯୋଜନା କରୁଛି । ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଗୁରୁବାର ଏଥିପାଇଁ ଏକ ଡିକ୍ରି ହସ୍ତାକ୍ଷର କରିଛନ୍ତି । ଏବେ ରୁଷ ସେନାରେ ଯବାନଙ୍କ ସଂଖ୍ୟା ୨୦ ଲକ୍ଷରୁ ଅଧିକ ହେବ। ୧,୩୭,୦୦୦ ଯବାନଙ୍କ ବର୍ଦ୍ଧିତ ସଂଖ୍ୟା ଅସନ୍ତା ବର୍ଷ ଜାନୁଆରୀ ଏକରୁ ଲାଗୁ ହେବ।

ଉଲ୍ଲଖଯୋଗ୍ୟ ଯେ, ରୁଷ ଏବଂ ଯୁକ୍ରେନ ମଧ୍ୟରେ ଯୁଦ୍ଧକୁ ଛଅ ମାସ ହୋଇଛି । ପ୍ରତିଦିନ ରୁଷ ସେନାର ୧୦୦ ଜଣ ଯବାନଙ୍କ ମୃତ୍ୟୁ ହେଉଥିବା ଦାବି କରାଯାଉଛି । ଏହା ସତ୍ତ୍ୱେ ଯୁଦ୍ଧ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚି ପାରି ନାହିଁ ।

ଅନ୍ୟପଟେ ଏହି ରୁଷ ସେନା ଏବଂ ଅର୍ଥବ୍ୟବସ୍ଥା ଉଭୟ କେତେ ଦୁର୍ବଳ ତାହା ସାମନାକୁ ଆଣିଛି । ଯୁଦ୍ଧ ଆରମ୍ଭ ହେବା ସମୟରେ ଆମେରିକା ଏବଂ ପାଶ୍ଚ୍ୟାତ ରାଷ୍ଟ୍ରର ବିଶେଷଜ୍ଞଙ୍କ କହିବା କଥା ଥିଲା, ରୁଷର ଉନ୍ନତ ସେନା ଆଗରେ ୟୁକ୍ରେନ ମାତ୍ର କିଛି ଦିନ ତିଷ୍ଠି ପାରିବ ନାହିଂ । ଆମେରିକାର ଅଧିକାରୀ ଏହା ମଧ୍ୟ ଦାବି କରିଥିଲେ ଯେ ମାତ୍ର ୭୨ ଘଣ୍ଟା ଭିତରେ କିଭ ଆତ୍ମସମର୍ପଣ କରିଦେବ । କିନ୍ତୁ ଏପରି ହେଲା ନାହିଁ ।

   Related Posts