ଶେଷ ହେବ ୧୦ ମାସ ପୁରୁଣା ଋଷ-ୟୁକେନ୍ ଯୁଦ୍ଧ ! ପୁଟିନ୍ ଦେଲେ ବଡ଼ ବୟାନ…
23/12/2022 at 10:27 AM

ନୂଆଦିଲ୍ଳୀ, ୨୩/୧୨: ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧକୁ ୩୦୦ ଦିନରୁ ଅଧିକ ହୋଇଛି। ଏହି ଯୁଦ୍ଧ ବନ୍ଦ ହେବାପରି ଜଣାପଡ଼ୁନାହିଁ, କାରଣ ନିକଟରେ ଋଷ ୟୁକ୍ରେନ ଉପରେ ଘନଘନ ମିସାଇଲ ମାଡ଼ କରିଥିଲା। ଫଳରେ ଅନେକ ସମୟ ଧ୍ବଂସ ହୋଇଥିଲା। ଯୁଦ୍ଧ ବିଭୀଷିକା ମଧ୍ୟରେ ଋଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ୍ଙ୍କ ଏକ ବଡ଼ ବୟାନ ଆସିଛି। ପୁଟିନ୍ ଗୁରୁବାର କହିଛନ୍ତି ଯେ ଋଷିଆ ଯୁଦ୍ଧ ସମାପ୍ତ କରିବାକୁ ଚାହୁଛି। କିନ୍ତୁ କେବଳ କୂଟନୈତିକ ଭାବରେ ଏହାର ସମାଧାନ ହୋଇପାରିବ।
ପୁଟିନ କହିଛନ୍ତି ସାମରିକ ବିବାଦକୁ ବଢ଼ାଇବା ଆମର ଉଦ୍ଦେଶ୍ୟ ନୁହେଁ ବରଂ ଋଷ ଯୁଦ୍ଧ ସମାପ୍ତ କରିବାକୁ ଚାହୁଁଛି। ଏଥିପାଇଁ ଆମେ ଚେଷ୍ଟା କରିବୁ ଏବଂ ଯେତେ ଶୀଘ୍ର ହେବ ତାହା ଭଲ ହେବ। ପୁଟିନ କହିଛନ୍ତି ଋଷ ଯୁଦ୍ଧ ସମାପ୍ତ କରିବାକୁ ଚାହୁଛିଁ ଏବଂ ଏହି ପ୍ରୟାସ ଜାରି ରଖିବ। ପୁଟିନ୍ କହିଛନ୍ତି ଏହି ଯୁଦ୍ଧ କେବଳ କୂଟନୀତିକ କଥାବାର୍ତ୍ତା ମାଧ୍ୟମରେ ଶେଷ ହୋଇପାରିବ।
ପୁଟିନଙ୍କ ଏହି ପ୍ରିତିକ୍ରିୟା, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ସହ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମୀର ଜେଲେନସ୍କୀଙ୍କ ସହ ହ୍ବାଇଟ୍ ହାଉସରେ ବୈଠକ ପରେ ଆସିଛି। ଏହି ବୈଠକରେ ବାଇଡେନ୍ ୟୁକ୍ରେନକୁ ଆମେରିକା ସମର୍ଥନ ବଜାୟ ରଖିବ ବୋଲି କହିଥିଲେ। ସେପଟେ ବୈଠକ ପରେ ଜେଲେସ୍କୀ କହିଥିଲେ ଯେ ସବୁ ବାଧା ସତ୍ବେ ୟୁକ୍ରେନ ସାହସ ହରାଇନାହିଁ। ୟୁକ୍ରେନ ଦୃଢ଼ ଭାବରେ ଛିଡ଼ା ହୋଇଛି। ଜେଲେସ୍କୀ ଆମେରିକାକୁ ସୈନ୍ୟ ସହଯୋଗ ପାଇଁ ଧନ୍ୟବାଦ ଦେଇଛନ୍ତି।
ପୁଟିନ୍ ଗଣମାଧ୍ୟମରେ କହିଛନ୍ତି, ଶତ୍ରୁତା କ୍ଷତିକାରକ ହୋଇଥାଏ। ଋଷ ଲଗାତାର କହିଛି ଯେ କଥାବାର୍ତ୍ତା ପାଇଁ ରାସ୍ତା ଖୋଲା ଅଛି। କିନ୍ତୁ ୟୁକ୍ରେନ ଏବଂ ଏହାର ସହଯୋଗୀ ଆମେରିକା ସନ୍ଦେହ ସୃଷ୍ଟି କରୁଛନ୍ତି। ସେ କହିଛନ୍ତି ୟୁକ୍ରେନ କଥାବାର୍ତ୍ତା ପାଇଁ ମନା କରୁଛି। ସେହିଭଳି କିଭ୍ର କହିବା ଅନୁଯାୟୀ ଋଷକୁ ଏହାର ଆକ୍ରମଣ ବନ୍ଦ କରିବା ଦରକାର ଏବଂ ନିଜ କବ୍ଜାରେ ଥିବା ଅଞ୍ଚଳ ଛାଡ଼ି ଦେବା ଦରକାର। ପୁଟିନ୍ କହିଛନ୍ତି ଯେ ସବୁ ସଶସ୍ତ୍ର ଯୁଦ୍ଧ କୂଟନୀତିକ କଥାବାର୍ତ୍ତା ସହ ସମାପ୍ତ ହୋଇଥାଏ। ଯୁଦ୍ଧ ସ୍ଥିତିରେ ଉଭୟ ପକ୍ଷ ବସି ବୁଝାମଣା କରିଥାନ୍ତି। ପୁଟିନ କହିଛନ୍ତି ଯେତେଶୀଘ୍ର ସେମାନେ କଥାବର୍ତ୍ତା କରିବେ ସେତେ ଭଲ ହେବ।
ଏତିକି ନୁହେଁ ପୁଟିନ ପାଟ୍ରିୟଟ ବାୟୁ ସୁରକ୍ଷା ପ୍ରଣାଳୀକୁ କମ୍ କରିବାକୁ ନେଇ ଅନୁମାନ କରିଛନ୍ତି। ସେ କହିଛନ୍ତି ଯେ ଏହା ବେଶ୍ ପୁରୁଣା ଏବଂ ଋଷର ଏସ-୩୦୦ ସିଷ୍ଟମ ଭଳିକ କାମ କରିପାରୁନାହିଁ। ସେହିଭଳି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଜେଲେସ୍କୀଙ୍କ ପାଟ୍ରିୟଟ୍ ଅସୁବିଧା କରିବା ପାଇଁ ଉପାୟ ଖୋଜିବ।