ବିଶ୍ୱକୁ ଖାଦ୍ୟ ସଂକଟରୁ ଉଦ୍ଧାର କରିବାକୁ ରୁଷ ପ୍ରସ୍ତୁତ ! କିନ୍ତୁ ଏହି ସର୍ତ୍ତ ରଖିଲେ ପୁଟିନ
27/05/2022 at 9:01 PM

ନୂଆଦିଲ୍ଲୀ: ରୁଷ ୟୁକ୍ରେନ ଯୁଦ୍ଧ ଯୋଗୁଁ ବିଶ୍ୱର ଖାଦ୍ୟ ଯୋଗାଣ ଶୃଙ୍ଖଳା ପ୍ରଭାବିତ ହୋଇଛି। ବିଶ୍ୱର ଅଧିକାଂଶ ସ୍ଥାନରେ ଖାଦ୍ୟ ସଂକଟ ଦେଖା ସୃଷ୍ଟି ହେଲାନି। ଖାଦ୍ୟାନ୍ନର ଦରବୃଦ୍ଧି ମଧ୍ୟ ରେକର୍ଡ ସ୍ତରରେ ପହଞ୍ଚିଛି। ଏହାରି ଭିତରେ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବଡ଼ ବୟାନ ଦେଇଛନ୍ତି।
ଇଟାଲୀ ପ୍ରଧାନମନ୍ତ୍ରୀ ମାରିଓ ଦ୍ରାଘୀଙ୍କ ସହ ଫନୋ ଯୋଗେ କଥା ଏହି ବିଶ୍ୱର ଖାଦ୍ୟ ସଂକଟ ଦୂର କରିବାରେ ରୁଷ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ପ୍ରସ୍ତୁତ ଥିବା ପୁଟିନ କହିଛନ୍ତି। ତେବେ ଏଥିପାଇଁ ପୁଟିନ କିଛି ସର୍ତ୍ତ ମଧ୍ୟ ରଖିଛନ୍ତି। ଉପରେ ପାଶ୍ଚାତ୍ୟ ରାଷ୍ଟ୍ର ଗୁଡିକ ଲଗାଇଥିବା ପ୍ରତିବନ୍ଧକକୁ ଯଦି ଫେରାଇ ନିଅନ୍ତି ତେବେ ରୁଷ ଖାଦ୍ୟଶସ୍ୟ ଏବଂ ସାର ସଂକଟକୁ ଦୂର କରିବାରେ ସାହାଯ୍ୟ କରିବ ବୋଲି ସେ କହିଛନ୍ତି।
ଏହାସହ ପୁଟିନ ସାମୁଦ୍ରିକ ମାର୍ଗରେ ସୁରକ୍ଷିତ ଯାତ୍ରା ଉପରେ ମଧ୍ୟ ଇଟାଲୀ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି। ପ୍ରତିଦିନ ମାନବୀୟ କରିଡର ଜରିଆରେ ଅଜୋଭ ଏବଂ କୃଷ୍ଣ ସାଗର ଦେଇ ସାଧାରଣ ନାଗିରକଙ୍କ ଜାହାଜର ସୁରକ୍ଷିତ ଯାତ୍ରାର ଭରଷା ଦେଇଛନ୍ତି।
ଅନ୍ୟପଟେ ଇଟାଲୀ ପ୍ରଧାନମନ୍ତ୍ରୀ ଦ୍ରାଘୀ କହିଛନ୍ତି, ” ୟୁକ୍ରେନର ଡିପୋରେ ଥିବା ଗହମର ରପ୍ତାନୀ ପାଇଁ କିଛି କରାଯାଇପାରିବ କି ନାହିଁ ପଚାରିବା ଥିଲା ଏହି ଟେଲିଫୋନ୍ କଲର ଉଦ୍ଦେଶ୍ୟ “। କୃଷ୍ଣ ସାଗର ବନ୍ଦରରେ ଥିବା ଗହମର ରପ୍ତାନୀ ପାଇଁ ରୁଷ ଏବଂ ୟୁକ୍ରେନ ମିଳିତ ସହଯୋଗ କରିବାକୁ ଦାଘ୍ରୀ ପରାମର୍ଶ ଦେଇଥିଲେ।
ଆଲୋଚନା ବେଳେ ଶାନ୍ତିର କୌଣସି ସମ୍ଭାବନା ଅଛି କି ବୋଲି ଦାଘ୍ରୀ ପୁଟିନଙ୍କୁ ପ୍ରଶ୍ନ କରିଥିଲେ, ଯାହାର ଜବାବ ନାହିଁ ଥିଲା ବୋଲି ଇଟାଲୀ ପ୍ରଧାନମନ୍ତ୍ରୀ କହିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ଫେବ୍ରୁଆରୀ ୨୪ରେ ୟୁକ୍ରେନ ଉପରେ ରୁଷ ଆକ୍ରମଣ କରିଥିଲା। ରୁଷର ଏହି ପଦକ୍ଷେପକୁ ବିରୋଧ କରି ପାଶ୍ଚାତ୍ୟ ରାଷ୍ଟ୍ର ଗୁଡିକ ମସ୍କୋ ଉପରେ ବହୁ କଟକଣା ଜାରି କରିଥିଲେ। ଏହାପରେ ବିଶ୍ୱରେ ଗହମ ଏବଂ ସାରର ସଂକଟ ଦେଖା ଦେଇଛି। ଉଲ୍ଲେଖଯୋଗ୍ୟ ଯେ, ଏହି ଦୁଇ ଦେଶ ବିଶ୍ୱ ବଜାରକୁ ୩୦ ପ୍ରତିଶତ ଗହନ ରପ୍ତାନୀ କରିଥାନ୍ତି।