ପୁଟିନଙ୍କ ଦୃଢୋକ୍ତି, କହିଲେ ଋଷ ଏବଂ ଉତ୍ତର କୋରିଆ ମଧ୍ୟରେ ବଢିବ ଦ୍ୱିପାକ୍ଷିକ ସମ୍ପର୍କ

Published By : Prameya-News7 Bureau | August 15, 2022 IST

ନୂଆଦିଲ୍ଲୀ ୧୫/୦୮: ଋଷ ଏବଂ ଉତ୍ତର କୋରିଆ ବଢିବ ଦ୍ୱିପାକ୍ଷିକ ସମ୍ପର୍କ । ସୋମବାର ଦିନ ପ୍ୟୋଙ୍ଗଙ୍ଗର ରାଜ୍ୟ ଗଣମାଧ୍ୟମ ଏକ ରିପୋର୍ଟରେ ଖୁଲ୍ଲାସା କରିଛି । ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଉତ୍ତର କୋରିଆ ନେତା କିମ ଜୋଙ୍ଗ୍ ଉନଙ୍କୁ କହିଛନ୍ତି ଯେ ଦୁଇ ଦେଶ ସହଭାଗୀ ଉଦ୍ୟମ ସହ ବ୍ୟାପକ ତଥା ଗଠନମୂଳକ ଦ୍ୱିପାକ୍ଷିକ ସମ୍ପର୍କ ବିସ୍ତାର କରିବେ ।

କୋରିଆର ମୁକ୍ତି ଦିବସ ପାଇଁ କିମ୍‌ଙ୍କୁ ଲେଖିଥିବା ଏକ ପତ୍ରରେ ପୁଟିନ କହିଛନ୍ତି ଯେ ନିକଟତର ସମ୍ପର୍କ ଉଭୟ ଦେଶର ହିତ ପାଇଁ ରହିବ । ଏହା କୋରିଆ ଉପଦ୍ୱୀପ ଏବଂ ଉତ୍ତର ପୂର୍ବ ଏସୀୟ ଅଞ୍ଚଳର ସୁରକ୍ଷା ଏବଂ ସ୍ଥିରତାକୁ ଦୃଢ କରିବାରେ ସାହାଯ୍ୟ କରିବ ବୋଲି ଉତ୍ତର କୋରିଆର କେସିଏନ୍ଏ ନ୍ୟୁଜ୍ ଏଜେନ୍ସି କହିଛି ।

କିମ୍ ପୁଟିନଙ୍କୁ ଏକ ଚିଠି ମଧ୍ୟ ଲେଖିଛନ୍ତି ଯେ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଜାପାନ ଉପରେ ବିଜୟ ହାସଲ କରିଥିଲା । ଏହାସହ କୋରିଆ ଉପଦ୍ୱୀପକୁ ଦଖଲ କରିଥିଲା । ପରେ ଋଷ-ଉତ୍ତର କୋରିଆ ମଧ୍ୟରେ ବନ୍ଧୁତା ସୃଷ୍ଟି ହୋଇଛି । କିମ୍ ଚିଠିରେ କହିଛନ୍ତି ଯେ ଶତ୍ରୁ ସୈନ୍ୟ ବାହିନୀର ଧମକ ଏବଂ ଉତ୍ତେଜନାକୁ ରୋକିବା ପାଇଁ ଦୁଇ ଦେଶ ମଧ୍ୟରେ ରଣନୈତିକ ତଥା ସାମରିକ ସହଯୋଗ, ସମର୍ଥନ ଏବଂ ଏକତା ଏକ ନୂତନ ସ୍ତରରେ ପହଞ୍ଚିଛି ।

KCNA ଶତ୍ରୁତାପୂର୍ଣ୍ଣ ଶକ୍ତି ଚିହ୍ନଟ କରିନଥିଲା । କିନ୍ତୁ ସେ ଆମେରିକା ଏବଂ ଏହାର ସହଯୋଗୀ ଦେଶକୁ ସୂଚାଇବା ପାଇଁ ସାଧାରଣତଃ ସେହି ଶବ୍ଦ ବ୍ୟବହାର କରୁଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.