କ୍ରୁଜ୍ ଓ ହାଇପରସୋନିକ୍ ମିସାଇଲ ଅଧିକ ବିକଶିତ, ଆମେରିକା ଭଳି ପ୍ରି-ଏମମ୍ପିଟିଭ୍ ପ୍ରହାର କରିପାରେ ଋଷ୍, ଚେତାବନୀ ଦେଲେ ଭାଦମିର୍ ପୁତିନ
10/12/2022 at 11:09 AM

ନୂଆଦିଲ୍ଲୀ: ଆମେରିକା ଭଳି ଅଚନକ ପ୍ରହାର କରିବ ଋଷ୍ । କ୍ରୁଜ୍ ମିସାଇଲ ଓ ହାଇପରସୋନିକ୍ ବାଲାଷ୍ଟିକ୍ ମିସାଇଲ ସିଷ୍ଟମ ଏଥିପାଇଁ ବେଶ ଉପଯୁକ୍ତ । ଅତ୍ୟାଧୁନିକ ମିସାଇଲ୍ ଶତ୍ରୁକୁ ନିମିସକେ ଧୂଳି ଚାଟାଇ ପାରିବ । ପରମାଣୁ ଆଟାକକୁ ନେଇ ସାମ୍ବାଦିକଙ୍କ ପ୍ରଶ୍ନର ସ୍ପଷ୍ଟ ଉତ୍ତର ରହିଖିଛନ୍ତି ଋଷ୍ ରାଷ୍ଟ୍ରପତି ଭାଦମିର୍ ପୁତିନ ।
ସୂଚନା ଅନୁଯାୟୀ, ପରମାଣୁ ହମଲାକୁ ନେଇ ସ୍ପଷ୍ଟ କରିଛନ୍ତି ଋଷ୍ ରାଷ୍ଟ୍ରପତି । ପୁତିନ କହିଛନ୍ତି, ଶତ୍ରୁ ଦେଶଙ୍କୁ ନିରସ୍ତ୍ର କରିବା ପାଇଁ ଆମେରିକା ଭଳି ଋଷ୍ ପ୍ରିଏମମ୍ପିଟିଭ୍ ଷ୍ଟ୍ରାଇକ୍ କରିବ । ଏଥିପାଇଁ ସୈନ୍ୟ ସିଦ୍ଧାନ୍ତକୁ ସଂଶୋଧନ କରିବାକୁ ପଡ଼ିଲେ ମଧ୍ୟ ଏହା କରିବାକୁ ଋଷ ପ୍ରସ୍ତୁତ ବୋଲି ପୁତିନ କହିଛନ୍ତି ।
ଓ୍ବାସିଂଟନ ଭଳି ଅଚାନକ ପରାମାଣୁ ହମାଲା କରିବା ନେଇ ମସ୍କୋ ବିଚାର କରୁଛି । ପ୍ରିଏମମ୍ପିଟିଭ୍ ଷ୍ଟ୍ରାଇକ ଧାରଣା ଉପରେ କାମ କରୁଥିବା ଯୁକ୍ତରାଷ୍ଟ୍ର ଆମେରିକା ପ୍ରଥମ ଦେଶ । ଏହା ସହିତ ଡିସଆର୍ମିଂ ଷ୍ଟ୍ରାଇକ୍ ସିଷ୍ଟମକୁ ମଧ୍ୟ ଓ୍ବାସିଂଟନ ବିକଶିତ କରୁଛି । ମସ୍କୋ ନିଜର ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଆମେରିକୀୟ ପନ୍ଥାକୁ ଆପଣାଇବା ଦରକାର ବୋଲି ରାଷ୍ଟ୍ରପତି ପୁତିନ କହିଛନ୍ତି ।
ଭାଦମିର୍ ପୁତିନ ଦାବି କରିଛନ୍ତି, ଯୁକ୍ତରାଷ୍ଟ୍ର ଆମେରିକାର ମିସାଇଲ ସିଷ୍ଟମ ଅପେକ୍ଷା ଋଷର କ୍ରୁଜ୍ ମିସାଇଲ୍ ଓ ହାଇପରସୋନିକ୍ ବାଲାଷ୍ଟିକ୍ ମିସାଇଲ ଅଧିକ ବିକଶିତ । ୟୁକ୍ରେନ ଓ ଋଷ ମଧ୍ୟରେ ଯୁଦ୍ଧ ଜାରି ରହିଥିବାବେଳେ ରାଷ୍ଟ୍ରପତି ପୁତିନ ପରମାଣୁ ହମଲା ନେଇ ଚେତାବାନୀ ଦେଇଛନ୍ତି ।