ରାଷ୍ଟ୍ରପତି ହେବା ପରେ ପୁଟିନଙ୍କ ବଡ଼ ନିଷ୍ପତ୍ତି, ଘନିଷ୍ଠ ସହଯୋଗୀଙ୍କୁ ନିଯୁକ୍ତ କଲେ ପ୍ରଧାନମନ୍ତ୍ରୀ

Published By : Prameya-News7 Bureau | May 10, 2024 IST

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦେଶର ନୂଆ ପ୍ରଧାନମନ୍ତ୍ରୀ ଭାବେ ମିଖାଇଲ୍ ମିସୁସ୍ତିନଙ୍କୁ ନିଯୁକ୍ତ କରିଛନ୍ତି । ମିଖାଇଲ୍ ମିସୁସ୍ତିନଙ୍କ ନିଯୁକ୍ତିକୁ ମଞ୍ଜୁରୀ ଦେବା ପାଇଁ ପ୍ରସ୍ତାବକୁ ସଂସଦର ନିମ୍ନ- ସଦନକୁ ପଠାଇଛନ୍ତି । ରୁଷ ଆଇନ ଅନୁସାରେ 58 ବର୍ଷୀୟ ମିସୁସ୍ତିନ ମଙ୍ଗଳବାର ପୁଟିନ ରାଷ୍ଟ୍ରପତି ଭାବେ ନିଜ ପଞ୍ଚମ କାର୍ଯ୍ୟକାଳ ଆରମ୍ଭ ହେବା କରିବା ପରେ ଇସ୍ତଫା ଦେଇଥିଲେ । ମିସୁସ୍ତିନ ଗତ ଚାରି ବର୍ଷ ଧରି ପ୍ରଧାନମନ୍ତ୍ରୀ ପଦରେ ଥିଲେ । 

ରାଜନୀତିକ ବିଶେଷଜ୍ଞ ପୂର୍ବରୁ ହିଁ ଏନେଇ ଅନୁମାନ କରିଥିଲେ। । ସେମାନଙ୍କ ମତରେ ମିସୁସ୍ତିନଙ୍କ କୌଶଳ ଏବଂ କାର୍ଯ୍ୟରେ ପୁଟିନ ବେଶ ପ୍ରଭାବିତ । ରୁଷ ଟିକସ ସେବାର ପୂର୍ବତନ ମୁଖ୍ୟ ମିସୁସ୍ତିନ ନିଜ କାର୍ଯ୍ୟକାଳ ସମୟରେ ବିଭିନ୍ନ ବୟାନବାଜିରୁ ଦୂରେଇ ରହୁଥିଲେ ଏବଂ ମିଡିଆରେ ସାକ୍ଷାତକାର ମଧ୍ୟ ଦେଉ ନଥିଲେ । ସଂସଦର ନିମ୍ନ ସଦନର ଅଧ୍ୟକ୍ଷ ଭୋଲୋଦିନ ମଧ୍ୟ ଘୋଷଣା କରିଥିଲେ ଯେ ପୁଟିନ ଷ୍ଟେଟ୍ ଡ୍ୟୁମାରେ ମିସୁସ୍ତିନଙ୍କ ପ୍ରାର୍ଥୀତ୍ୱକୁ ଆଗରେ ରଖିଛନ୍ତି ।  

ରୁଷ ରାଜନୀତିରେ ମିସୁସ୍ତିନଙ୍କ ପ୍ରଭାବ ଲଗାତାର ବଢୁଛି । ୧୯୬୬ରେ ରୁଷର ମସ୍କୋ ସହରରେ ଜନ୍ମିତ ମିସୁସ୍ତିନ ଜଣେ ଟେକ୍ନୋକ୍ରାଟ୍ । ୧୯୯୮ ପରେ ସେ ରୁଷର ଟିକସ ବିଭାଗରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦରେ ରହି ଦାୟିତ୍ୱ ତୁଲାଇଥିଲେ । ଏହାପରେ ୨୦୧୦ରେ ତାଙ୍କୁ ରୁଷର କେନ୍ଦ୍ରୀୟ ଟ୍ୟାକ୍ସ ସର୍ଭିସର ମୁଖ୍ୟ ନିଯୁକ୍ତ କରାଯାଇଥିଲା । ରୁଷ ଟ୍ୟାକ୍ସ ପ୍ରଣାଳୀକୁ ମଜଭୁତ କରିବା ପାଇଁ ତାଙ୍କୁ ପ୍ରଶଂସା କରାଯାଉଛି । ରୁଷରେ ୨୦୨୦ରେ ସ୍ୱୀକୃତ ସାମ୍ୱିଧାନିକ ପରିବର୍ତ୍ତନ ଅଧିନରେ ନିମ୍ନ ସଦରରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀକୁ ମଞ୍ଜୁରୀ ଦେଇଥାଏ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.