Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଖୋର୍ଦ୍ଧା : ଟ୍ରକକୁ ପଛରୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଧର୍ମଗଡ଼ : ବନୀକରଣ ନାଁରେ ଦୁର୍ନୀତି, ଜେଲ୍‌ ଗଲେ ଦୁଇ ପୂର୍ବତନ ବନ ଅଧିକାରୀ
  • ||
  • ମୁମ୍ବାଇ : କିରଣ ଖେର୍‌ କୋଭିଡ଼ ପଜିଟିଭ୍‌, ଟ୍ୱିଟ୍‌ ଜରିଆରେ ଲୋକଙ୍କୁ କଲେ ଖାସ୍‌ ଅପିଲ୍‌
  • ||
  • ଭୁବନେଶ୍ୱର : ଆଜିଠୁ ରାଜ୍ୟରେ ବର୍ଷା କମିବ, ତାପମାତ୍ରା ୩ରୁ ୪ ଡିଗ୍ରୀ ବଢିବ
  • ||

ରୁଷ କବଜାରେ ଥିବା ୟୁକ୍ରେନର ମାରିୟୁପୋଲରେ ପୁଟିନ, କାରରେ ବୁଲିଲେ ସହର

19/03/2023 at 5:37 PM

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଆକ୍ରମଣର ଗୋଟିଏ ବର୍ଷ ପରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ହଟାତ୍ ୟୁକ୍ରେନର ସହ ମାରିୟୁପୋଲରେ ପହଞ୍ଚଛନ୍ତି । ଗତ ବର୍ଷ ମେ ମାସରେ ମାରିୟୁପୋଲକୁ ରୁଷ ସେନା ନିଜ କବଜାକୁ ନେଇଥିଲା । ମାରିୟୁପୋଲ ହେଉଛି ଡେନେଟସ୍କ କ୍ଷେତ୍ରର ୟୁକ୍ରେନର ଗୋଟିଏ ସହର ।

ରୁଷର ସମାଚାର ଏଜେନ୍ସି ଟାସ୍ ଅନୁସାରେ ରାଷ୍ଟ୍ରପତି ପୁଟିନ ହେଲିକପ୍ଟର ଯୋଗେ ମାରିୟୁପୋଲ ପାଇଁ ଉଡାଣ ଭରିଥିଲେ ଏବଂ ପରେ ସେ ସହର ଅନେକ ଅଞ୍ଚଳରେ ନିଜେ ଗାଡି ଚଲାଇ ବୁଲିଥିଲେ । ଖବର ଅନୁସାରେ, ଏହି ସମୟରେ ରାଷ୍ଟ୍ରପତି ପୁଟିନ ସହରର ଅନେକ ଅଞ୍ଚଳ କାରରେ ବୁଲିବା ସହ ସ୍ଥାନୀୟ ଲୋକଙ୍କ ସହ କଥା ହୋଇଥିଲା । ତେବେ ବିଶେଷଜ୍ଞଙ୍କ କହିବା ଅନୁସାରେ ପୁଟିନ ଏପରି କରି ପାଶ୍ଚାତ୍ୟ ଦେଶର କଟକଣା  ସତ୍ତ୍ୱେ ୟୁକ୍ରେନ ମାମଲାରେ ଦୃଢ ଏବଂ ସବୁ ଆହ୍ୱାନର ସାମନା କରିବାକୁ ପ୍ରସ୍ତୁତ ଥିବା ସନ୍ଦେଶ ଦେବାକୁ ଚାହିଁଛନ୍ତି ।

କ୍ରିମିୟା ଗସ୍ତର ଗୋଟିଏ ଦିନ ପରେ ରାଷ୍ଟ୍ରପତି ପୁଟିନ ମାରିୟୁପୋଲ ଯାତ୍ରା କରିଛନ୍ତି । ଗୋଟିଏ ଦିନ ପୂର୍ବେ ୟୁକ୍ରେନରୁ କ୍ରିମିୟା ଅଲଗାର ହେବାର ନଅ ବର୍ଷପୂର୍ତ୍ତି ପାଳନ କରିଥିଲା । ୨୦୧୪ ମସିହାରେ ୟୁକ୍ରେନଠାରୁ କ୍ରିମିୟାକୁ ଅଲଗା କରିଥିଲା ରୁଷ ।

   Related Posts