ଋଷର କମ୍ ଜନସଂଖ୍ୟା ନେଇ ଚିନ୍ତାରେ ପୁଟିନ୍, ନିଜ ଦେଶର ମହିଳାଙ୍କୁ ଦେଲେ ଏମିତି ଅଫର୍
18/08/2022 at 12:19 PM

ନୂଆଦିଲ୍ଲୀ ୧୮/୦୮: ଋଷ ମହିଳାଙ୍କୁ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଦେଲେ ଏମିତି ଅଫର । ଶୁଣିଲେ ହୋଇଯିବେ ତାଜୁବ । ସେ ଘୋଷଣା କରିଛନ୍ତି ୧୦ରୁ ଅଧିକ ଛୁଆ ଜନ୍ମ କଲେ ମିଳିବ ଅର୍ଥ ପୁରସ୍କାର । ତେବେ ଏହି ଅର୍ଥ ସାମାନ୍ୟ ନୁହେଁ । ଏହାର ପରିମାଣ ବି ମୋଟା ଅଙ୍କର । ଅର୍ଥାତ୍ ୧୦ରୁ ଅଧିକ ଛୁଆ ଜନ୍ମ କଲେ ମିଳିବ ୧୦ ରୁବଲ୍ ।
ଋଷରେ କମୁଥିବା ଜନସଂଖ୍ୟା ଦେଖି ଏପରି କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଷ୍ଟ୍ରପତି । ଜନସଂଖ୍ୟା ବଢାଇବାକୁ ଆର୍ଥିକ ପ୍ରୋତ୍ସାହନ ଘୋଷଣା କରିଛନ୍ତି ରାଷ୍ଟ୍ରପତି ପୁଟିନ । ଜଣେ ମହିଳା ୧୦ରୁ ଅଧିକ ଛୁଆ ଜନ୍ମ କଲେ ରୁଷ ମୁଦ୍ରାରେ £13,500 ମିଳିବ । ଯାହା ଭାରତୀୟ ମୁଦ୍ରାରେ ୧୨,୯୪,୫୮୪,୨୬ ଟଙ୍କା ଅର୍ଥାତ ୧ ମିଲିଅନ ୨୯୪ ଟଙ୍କା ।
କୋଭିଡ୍ ମହାମାରୀ ଓ ୟୁକ୍ରେନ୍ ସହ ଯୁଦ୍ଧରେ ଋଷର ଲକ୍ଷାଧିକ ଲୋକ ପ୍ରାଣ ହାରାଇଛନ୍ତି । ଯାହକୁ ନେଇ ଚିନ୍ତାର ପଡିଯାଇଛନ୍ତି ଋଷ୍ ସରକାର । ତେଣୁ ଦେଶରେ ଜନସଂଖ୍ୟା ଠିକ୍ କରିବାକୁ ଏମିତି କିଛି କରିବାକୁ ହେବ ବୋଲି ଏଇ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି ପୁଟିନି । ଏ ସମ୍ପର୍କରେ ରୁଷ ରାଜନୀତି ଏବଂ ସୁରକ୍ଷା ବିଷେଶଜ୍ଞ ଡ.ଜେନ୍ନି ମମେର୍ଥସ ସୂଚନା ଦେଇଛନ୍ତି ।
ନୂଆ ସ୍ମିମରେ ମାଆମାନଙ୍କୁ ‘ମଦେର ହିରୋଇନ’ ସମ୍ବୋଧିତ କରାଯିବ । ପୁଟିନ ଆହୁରି କହିଛନ୍ତି ଋଷରେ ଯାହାର ପରିବାର ବଡ଼ ସେମାନେ ଅଧିକ ଦେଶପ୍ରେମୀ ବୋଲି କୁହାଯାଇଛି । ସୋଭିଏତ ଏରାକୁ ଫେରାଇ ଆଣିବାକୁ ପୁଟିନ ସରକାରଙ୍କ ଏହା ଲକ୍ଷ୍ୟ ବୋଲି ସେ କହିଛନ୍ତି । ଯେଉଁ ମଳିଳାମାନେ ୧୦ରୁ ଅଧିକ ଛୁଆ ଜନ୍ମ କରିବେ ସେମାନଙ୍କୁ ମଦେର ହିରୋଇନ୍ ଆଖ୍ୟା ଦିଆଯିବ ବୋଲି ସେ କହିଛନ୍ତି ।
ଜେନ୍ନି ମମେର୍ଥସ ଆହୁରି କହିଛନ୍ତି ଯେ, ୧୯୯୦ ପରଠାରୁ ରୁଷ ଜନସଂଖ୍ୟା ସଙ୍କଟ ଦେଇ ଗତି କରୁଛି । ଏହା ପରେ ୨୦୧୯ରେ ଆସିଥିବା କୋଭିଡ୍ ମହାମାରୀ ଦେଶ ପାଇଁ ବଡ଼ ବିପଦ ଥିଲା । ମହାମାରୀରେ ଲକ୍ଷାଧିକ ଲୋକ ପ୍ରାଣ ହରାଥିବା ବେଳେ ୟୁକ୍ରେନ ଯୁଦ୍ଧ ସଙ୍କଟ ଏହି ସମସ୍ୟାକୁ ଅଧିକ ତୀବ୍ର କରିଥିଲା ।