Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ବର : ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପଛରେ ରହିଛି ସୁଚିନ୍ତିତ ଷଡ଼ଯନ୍ତ୍ର : ନରସିଂହ ମିଶ୍ର
  • ||
  • ଆଉ ୧୦ ଜିଲ୍ଲାରେ ଭର୍ଚୁଆଲ୍‌ ହାଇକୋର୍ଟ, ଘୋଷଣା କଲେ ହାଇକୋର୍ଟ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର : ୧୩ ଜିଲ୍ଲାରେ ବର୍ଷିବ, ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ରାଉରକେଲାରେ ହାଇଓ୍ୱାକୁ ପିଟିଲା ବସ୍‌ : ୨ ମୃତ, ୨୫ ଆହତ
  • ||

ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ଭାରତ ଆସିବେ ପୁଟିନ ! କ୍ରେମଲିନ ଦେଲା ସଂକେତ

13/03/2023 at 10:58 PM

ନୂଆଦିଲ୍ଲୀ: ଭାରତରେ ହେବାକୁ ଥିବା ଜି-୨୦ ସମ୍ମିଳନୀରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଯୋଗଦାନର ସମ୍ଭାବନା ଅଧିକ ରହିଛି । କ୍ରେମଲିନ ସୋମବାର ଏପରି ସଂକେତ ଦେଇଛି । ଆସନ୍ତା ସେପ୍ଟେମ୍ୱର ୯-୧୦ରେ ହେବାକୁ ଥିବା ଜି-୨୦ ନେତାଙ୍କ ଶିଖର ସମ୍ମିଳନୀ ଆୟୋଜନ ହେବ । ରୁଷର ସ୍ଥାନୀୟ ରିପୋର୍ଟ ଅନୁସାରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏଥିରେ ସାମିଲ ହୋଇପାରନ୍ତି ।

ଉଲ୍ଲେଖଯୋଗ୍ୟ ଯେ ଏହା ପୂର୍ବରୁ ବାଲି ହୋଇଥିବା ଜି-୨୦ ସମ୍ମିଳନୀରେ ରାଷ୍ଟ୍ରପତି ପୁଟିନ ସାମିଲ ହୋଇ ନଥିଲେ । ଏହି ସମ୍ମିଳନୀରେ ଯୋଗ ଦେବା ପାଇଁ ନିଜ ବିଦେଶ ମନ୍ତ୍ରୀଙ୍କୁ ସେ ଇଣ୍ଡୋନେସିଆର ବାଲି ପଠାଇଥିଲେ । କିନ୍ତୁ ଚଳିତ ଥର ଜି-୨୦ ଦେଶର ଅଧ୍ୟକ୍ଷତା ଭାରତ କରୁଛି । ତେଣୁ ପୁନିଟଙ୍କ ଭାରତ ଆସିବା ସମ୍ଭାବନା ସବୁଠୁ ଅଧିକ ରହିଛି ।

ପୁଟିନଙ୍କ ଭାରତ ଯାତ୍ରାକୁ ନେଇ କ୍ରେମଲିମ ସୋମବାର କହିଛି ଯେ ରୁଷ ରାଷ୍ଟ୍ରପତିଙ୍କ ନୂଆଦିଲ୍ଲୀ ଯାତ୍ରା ଏବଂ ଜି-୨୦ ଶିଖର ସମ୍ମିଳନୀରେ ଭାଗ ନେବାକୁ ମନା କରୁ ନାହିଁ । ଉଲ୍ଲେଖଯୋଗ୍ୟ ଯେ ଜି-୨୦ ଶିଖର ସମ୍ମିଳନୀରେ ଭାଗ ନେବା ପାଇଁ ରୁଷ ରାଷ୍ଟ୍ରପତିଙ୍କୁ ଭାରତ ଆମନ୍ତ୍ରଣ କରିଛି । ଏହି ନିମନ୍ତ୍ରଣକୁ କ୍ରେମଲିନ ମଧ୍ୟ ସ୍ୱୀକାର କରିଛି ।

   Related Posts