ଆକ୍ସନ୍ ମୋଡ୍‌ରେ ପୁଟିନ୍; ୟାର୍ସ ମିସାଇଲ୍‌ର ସଫଳ ପରୀକ୍ଷଣ, କହିଲେ ସ୍ଥିତି ଭୟଙ୍କର ହେବ

Published By : Prameya-News7 Bureau | March 02, 2024 IST

ମସ୍କୋ: ନାଟୋକୁ ଧମକ ଦେବାର ୨୪ ଘଣ୍ଟା ନପୁରୁଣୁ ଆକ୍ସନ ମୋଡରେ ପୁଟିନ୍ । ଋଷର ଆଣବିକ ମିସାଇଲ୍ ପରୀକ୍ଷଣ । ଇଣ୍ଟର-କଣ୍ଟିନେଣ୍ଟାଲ୍ ବାଲାଷ୍ଟିକ୍ ମିସାଇଲ ସଫଳତାର ସହିତ ଟେଷ୍ଟ୍ ହୋଇଛି । ୟୁକ୍ରେନ ସହିତ ରୁଷିଆର ଯୁଦ୍ଧ  ଚାଲିଥିବା ବେଳେ ୟାର୍ସ କ୍ଷେପଣାସ୍ତ୍ରକୁ ରୁଷିଆ ଡିଫେନ୍ସ ଫୋର୍ସ ପରୀକ୍ଷଣ କରିଛି । ଏହି ଆଣବିକ କ୍ଷମତା ସମ୍ପନ୍ନ ମିସାଇଲ୍ ୫ ହଜାର କିଲୋ ଟନ୍‌ର ପରିମାଣୁ ଅସ୍ତ୍ରଶସ୍ତ୍ର ଧରି ଲକ୍ଷ୍ୟ ଭେଦ କରିପାରିବ । ପରୀକ୍ଷଣ ବେଳର ଏକ ଭିଡିଓ ମଧ୍ୟ ଜାରି କରିଛି ରୁଷିଆ ।    

ୟାର୍ସ ଇଣ୍ଟର-କଣ୍ଟିନେଣ୍ଟାଲ୍ ବାଲାଷ୍ଟିକ୍ ମିସାଇଲ ମିସାଇଲ୍ ଓଜନ ୫୦ ହଜାର କିଲୋଗ୍ରାମ । ଏହାର ଉଚ୍ଚତା ୭୫ ଫୁଟ୍ । ଅତି ସହଜରେ ଲକ୍ଷ୍ୟକୁ ଏହି  ମିସାଇଲ୍ ଭେଦ କରିପାରିବ । ଏହାକୁ ଏକ ମୋବାଇ ଲଞ୍ଚ୍ ପ୍ୟାଡରୁ ଉତକ୍ଷେପଣ୍ କରାଯାଇପାରିବ ।  

wp:embed {"url":"https://www.prameyanews7.com/economic-survey-delhi-ranks-first-in-arrival-of-foreign-tourists-2024/","type":"wp-embed","providerNameSlug":"prameya-news-7"}
https://www.prameyanews7.com/economic-survey-delhi-ranks-first-in-arrival-of-foreign-tourists-2024/
/wp:embed

ଏହି ମିସାଇଲ୍ ପରୀକ୍ଷଣ ପରେ ୨ ଘଣ୍ଟା ଧରି ଦେଶବାଶୀଙ୍କୁ ସମ୍ବୋଧିକ କରିଥିଲେ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ । କେବଳ ବିଶେଷ ପରିସ୍ଥିତିରେ ଏହାକୁ ବ୍ୟବହାର କରାଯିବ ବୋଲି ପୁଟିନ୍ କହିଛନ୍ତି । ଏହା ସହିତ ସେ ପାଶ୍ଚାତ୍ୟ ଦେଶମାନଙ୍କୁ ମଧ୍ୟ ଚେତାବନୀ ଦେଇଛନ୍ତି । ଋଷକୁ ଉସୁକାଇଲେ ପରିଣାମ ଅତି ଭୟଙ୍କର ହେବ । ଏଥିପାଇଁ ଷ୍ଟ୍ରେଟେଜିକ୍ ନ୍ୟୁକ୍ଲିୟର ଫୋର୍ସ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ରହିଛନ୍ତି । ଦ୍ବିତୀୟ ବିଶ୍ବଯୁଦ୍ଧକୁ ପୁଣିଥରେ ଦୋହରା ଯିବ । ପରମାଣୁ ଅସ୍ତ୍ର ବ୍ୟବହାର କରି ପୁଣି ସବୁକଛି ଧ୍ବଂସ କରିଦିଆଯିବ ବୋଲି ପୁଟିନ୍ ପୁଣି ଥରେ ଧମକ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.