ୟୁକ୍ରେନ ସହ ଲଢେଇରେ ବ୍ୟସ୍ତ ପୁଟିନ୍, ରୁଷ ରାଷ୍ଟ୍ରପତିଙ୍କୁ ନଭେଟି ଖାଲି ହାତରେ ଫେରିଲେ ଇମ୍ରାନ

Published By : Prameya-News7 Bureau | February 24, 2022 IST

ମସ୍କୋ ୨୪।୦୨: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଆଦେଶ ପରେ ୟୁକ୍ରେନ ଉପରେ ରୁଷ ସୈନିକଙ୍କ ଆକ୍ରମଣ ଆରମ୍ଭ ହୋଇ ଯାଇଛି। ଅଜବ ସଂଯୋଗ ଯେଉଁ ସମୟରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ରୁଷରେ ପହଞ୍ଚିଲେ, ପୁଟିନ୍ ୟୁକ୍ରେନ ଉପରେ ଆକ୍ରମଣ ଘୋଷଣା କରିଥିଲେ। ବିଶେଷଜ୍ଞଙ୍କ ମତରେ ଇମ୍ରାନ ଭୁଲ୍ ସମୟରେ ରୁଷ ଗସ୍ତ କରିଛନ୍ତି। ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ପୁଟିନଙ୍କ ସହ ଇମ୍ରାନଙ୍କ ସାକ୍ଷାତ ନେଇ କୌଣସି କାର୍ଯ୍ୟକ୍ରମର ସୂଚନା ଦେଇ ପାରି ନାହିଁ। କାରଣ ପୁଟିନ୍ ବର୍ତ୍ତମାନ ୟୁକ୍ରେନ ଉପରେ ଆକ୍ରମଣ କରିବାରେ ବ୍ୟସ୍ତ ଅଛନ୍ତି।

୨୦ରୁ ଅଧିକ ବର୍ଷ ପରେ ଯାଇ ପାକିସ୍ତାନ ନେତାଙ୍କ ଏହା ପ୍ରଥମ ରୁଷ ଯାତ୍ରା ଥିଲା। ଏମିତିରେ ପାକିସ୍ତାନର ଜନତା ଏବଂ ପାକିସ୍ତାନୀ ମିଡିଆ ଏହାକୁ ନେଇ ବହୁତ ଉତ୍ସୁକ ଥିଲେ ଯେ, ଇମ୍ରାନ ଖାନଙ୍କ ରୁଷ ଯାତ୍ରା ବହୁତ ଗୁରୁତ୍ଵପୂର୍ଣ୍ଣ ଥିଲା। ପାକିସ୍ତାନ ପାଇଁ ଏହା ବେଶ ଫଳପ୍ରଦ ହେବ ବୋଲି କୁହାଯାଉଥିଲା। ଏହି ସମୟରେ ପାକିସ୍ତାନ ମହଙ୍ଗା ମାଡରେ ହନ୍ତସନ୍ତ ହେଉଛି। ମାତ୍ର ଯେଉଁ ସମୟରେ ଇମ୍ରାନ ଖାନ ରୁଷ ମାଟିରେ ପହଞ୍ଚିଲେ, ସେହି ସମୟରେ ପୁଟିନ୍ ୟୁକ୍ରେନ ଉପରେ ଆକ୍ରମଣ ଘୋଷଣା କରିଛନ୍ତି। ବର୍ତ୍ତମାନ ପୁଟିନ୍ ୟୁକ୍ରେନ ଉପରେ ଆକ୍ରମଣରେ ବ୍ୟସ୍ତ। ଏମିତିରେ ପୁଟିନଙ୍କୁ ନଭେଟି ଇମ୍ରାନଙ୍କୁ ଖାଲି ହାତରେ ଫେରିବାକୁ ପଡିଛି।

ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ୟୁକ୍ରେନ ଏବଂ ରୁଷ ମଧ୍ୟରେ ଜାରି ଉତ୍ତେଜନା ସମୟରେ ଦୁଇ ଦିନିଆ ରୁଷ ଯାତ୍ରାରେ ବାହାରି ଥିଲେ। କିନ୍ତୁ ପାକିସ୍ତାନ ମିଡିଆ ଏହା ଦର୍ଶାଉଛନ୍ତି, ଇମ୍ରାନ ଖାନଙ୍କ ରୁଷ ଗସ୍ତ ଦୁଇ ବର୍ଷ ପୂର୍ବରୁ ପ୍ରସ୍ତାବିତ ଥିଲା। ମାତ୍ର କରୋନା ମହାମାରୀ କାରଣରୁ ଏହା ସମ୍ଭବ ହୋଇ ପାରିନଥିଲା। ମାତ୍ର ମସ୍କୋରେ ଭ୍ଲାଦିମିର ପୁଟିନଙ୍କୁ ନଭେଟି ଇମ୍ରାନ ଖାଲି ହାତରେ ସ୍ଵଦେଶ ଫେରୁଛନ୍ତି। ପାକ୍ ବୈଦେଶିକ ମନ୍ତ୍ରଣାଳୟ ଏହି ବିଷୟରେ ଏ ପର୍ଯ୍ୟନ୍ତ କୌଣସି ବୟାନ ଦେଇ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.