ସରି ସରି ଆସୁଛି ପୁଟିନଙ୍କ ଆୟୁ, କମୁଛି ଦୃଷ୍ଟିଶକ୍ତି: ଆଉ କିଛି ବର୍ଷ ପରେ ଦୁନିଆକୁ ଅଲବିଦା କହିପାରନ୍ତି ଋଷ ରାଷ୍ଟ୍ରପତି !

Published By : Prameya-News7 Bureau | May 30, 2022 IST

ନୂଆଦିଲ୍ଲୀ ୩୦/୦୫ : ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ଆଉ ମାତ୍ର ୨ କିମ୍ବା ୩ ବର୍ଷ ବଞ୍ଚିବେ । ତାଙ୍କ କ୍ୟାନ୍ସର ରୋଗ ଆଉ ଭଲ ହେବନାହିଁ । ଏହା ବେଳକୁ ବେଳ ଅଧିକ ମାଡ଼ିବାରେ ଲାଗିଛି । ଏଥିରୁ କୌଣସିମତେ ବଞ୍ଚିବା ସମ୍ଭାବନା ନାହିଁ । ଜଣେ ଏଫ୍ଏସ୍‌ସି ଗୁପ୍ତଚର ଏହି ସୂଚନା ଦେଇଛନ୍ତି ।

ଋଷର ଫେଡେରାଲ ସିକ୍ୟୁରିଟି ସର୍ଭିସ୍ (ଏଫ୍ଏସ୍‌ସି )ର ପୂର୍ବତନ ଏଜେଣ୍ଟ ବୋରିସ୍ କାର୍ପିଚ୍କୋଭ୍ କହିଛନ୍ତି ଯେ କ୍ୟାନ୍ସର ବଢ଼ୁଥିବାରୁ ଏହାର ପ୍ରଭାବ ଅନ୍ୟ ଅଙ୍ଗ ଉପରେ ପଡୁଛି । ପୁଟିନଙ୍କ ଦୃଷ୍ଟିଶକ୍ତି କମିବାରେ ଲାଗିଛି । କିନ୍ତୁ ସେ ଚଷମା ପିନ୍ଧିବାକୁ ମନାକରିଦେଇଛନ୍ତି । ସେ ଭୀଷଣ ରୋଗାକ୍ରାନ୍ତ ଥିବା କାଳେ ବାହାରକୁ ଜଣାପଡ଼ିବ, ସେଥିପାଇଁ ପୁଟିନ୍ ରାଜି ହେଉନାହାନ୍ତି । ତେଣୁ ତାଙ୍କ ପାଖେ ପାଖେ ସୁରକ୍ଷା କର୍ମୀ ଓ ଡାକ୍ତରମାନେ ରହୁଛନ୍ତି ।

ଋଷ ରାଷ୍ଟ୍ରପତି ପୁଟିନଙ୍କ ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ଖରାପ ଥିବା କ୍ରେମ୍ଲିନର ଭିତିରିଆ ସୂତ୍ରକୁ ଆଧାର କରି ଟେଲିଗ୍ରାମ୍ ଚ୍ୟାନେଲ୍ ରିପୋର୍ଟ ପ୍ରକାଶ କରିଥିଲା । ୟୁକ୍ରେନ୍ର ପ୍ରତିରକ୍ଷା ଗୁଇନ୍ଦା ଅଧିକାରୀ ମଧ୍ୟ ପୁଟିନଙ୍କ ବାବଦରେ ଅନେକ ଗୁରୁତ୍ୱପୂର୍ଣ୍ଣ ରିପୋର୍ଟ ଦେଇଥିଲେ । ମେ ୯ ତାରିଖରେ ରୁଷର ବିଜୟ ଦିବସ ପାଳନ ବେଳେ ପୁଟିନ୍ ଦୁର୍ବଳ ଜଣାପଡୁଥିଲେ । ସେ ଛୋଟେଇ ଚାଲୁଥିଲେ । ବସିବା ବେଳେ କୋଳରେ କମ୍ବଳ ରଖିଥିଲେ ।

ଏମିତିକି ପୁଟିନଙ୍କ ଯୋଗୁ ବିଜୟ ଦିବସ ପରେଡ ସମୟ ବି କାଟଛାଣ୍ଟ କରାଯାଇଥିଲା । ନିକଟରେ ପୁଟିନଙ୍କର ର କ୍ୟାନ୍ସର ଅସ୍ତ୍ରୋପଚାର ହୋଇଥିବା ରିପୋର୍ଟ ପ୍ରକାଶ ପାଇଥିଲା । ଅସ୍ତ୍ରୋପଚାର ସଫଳ ହେବା ସହ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସୁଥିବା କୁହାଯାଇଥିଲା । କିନ୍ତୁ ତାଙ୍କୁ ସବୁବେଳେ ଚିକିତ୍ସା ବ୍ୟବସ୍ଥାରେ ରହିବାକୁ ହେବ ବୋଲି ଡାକ୍ତରମାନେ କହିଥିଲେ ।

ପୁଟିନ୍ ଏକ ବୈଠକରେ ଯୋଗଦେବା ପୂର୍ବରୁ ଏଭଳି ରିପୋର୍ଟ ପ୍ରକାଶ ପାଇଥିଲା । ଏହାପରେ ବୈଠକରେ ସେ ବାରମ୍ବାର ଅସହଜ ବୋଧ ମନେକରୁଥିବା ଟିଭିରୁ ଜଣାପଡ଼ିଥିଲା । ସେ ବସିଥିବା ବେଳେ ପାଦକୁ ବାରମ୍ବାର ଏପଟସେପଟ କରୁଥିଲେ । ପୁଟିନଙ୍କ ଠାରେ ଦ୍ୱିତୀୟ ଥର ପାଇଁ ଏଭଳି ଅସ୍ୱାଭାବିକତା ଦେଖାଦେଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.