ପୁଟିନଙ୍କ ବ୍ରେନ୍ ଆଲେକଜାଣ୍ଡରଙ୍କ ଝିଅଙ୍କୁ ହତ୍ୟା : କାର୍ ବିସ୍ଫୋରଣରେ ହରାଇଲେ ପ୍ରାଣ
21/08/2022 at 8:01 AM

ନୂଆଦିଲ୍ଲୀ, ୨୧|୦୮: ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ବଡ ଝଟକା । ଏକ ଦୁର୍ଘଟଣାରେ ପୁଟିନଙ୍କ ବ୍ରେନ୍ କୁହାଯାଉଥିବା ଆଲେକଜାଣ୍ଡର ଡୁଗିନଙ୍କ ଝିଅ ଡାରିଆଙ୍କ ମୃତ୍ୟୁ ହୋଇଯାଇଛି । ସେ ଏକ ଲ୍ୟାଣ୍ଡ କ୍ରୁଜର କାରରେ ଯାଉଥିବା ବେଳେ ତାଙ୍କ କାର୍ ମସ୍କୋ ପାଖରେ ବିସ୍ଫୋରଣ ହୋଇଥିଲା । ଏଥିରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ତାଙ୍କ କାରକୁ ବୋମାରେ ଉଡାଇ ଦିଆଯାଇଥିବା କୁହାଯାଉଛି ।
ସୂଚନା ଅନୁସାରେ, ମସ୍କୋର ଓଡିନ୍ତୋସୋଭସ୍କାଏ ଏକ ଲ୍ୟାଣ୍ଡ କ୍ରୁଜର କାରରେ ବିସ୍ଫୋରଣ ହୋଇଛି । ଏଥିରେ ଡାରିଆ ପ୍ରାଣ ହରାଇଛନ୍ତି । ସେ ପୁଟିନଙ୍କ ରାଜନୈତିକ ବିଶ୍ଲେଷକ ଡୁଗିନଙ୍କ ଝିଅ ।
ବିସ୍ଫୋରଣ ପରେ ଘଟଣାସ୍ଥଳରେ ଆତଙ୍କ ଖେଳିଯାଇଥିଲା । ଅଘଟଣ ଖବର ପାଇ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଥିଲା । ଏହାସହ ଆଲେକଜାଣ୍ଡର ମଧ୍ୟ ଘଟଣାସ୍ଥଳରେ ପହଁଚିଥିଲେ ।
କୁହାଯାଏଁ ଯେ, କ୍ରିମିୟା ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ପଛରେ ତାଙ୍କର ମୁଣ୍ଡ କାମ କରିଥିଲା । ଅଧିକାଂଶ ସମୟରେ ପୁଟିନ ଆଲେକଜାଣ୍ଡରଙ୍କୁ ବ୍ରେନ୍ କରି ସମ୍ବୋଧନ କରିଥାନ୍ତି ।
ଋଷ ମିଡିଆର ରିପୋର୍ଟ ଅନୁସାରେ, ଲ୍ୟାଣ୍ଡ କ୍ରୁଜର ପ୍ରାଡୋରେ ଜୋରଦାର ବିସ୍ଫୋରଣ ହୋଇଥିଲା । ଚାରିଆଡେ ନିଆଁ ଖେଳିଯାଇଥିଲା । ଆଖପାଖ ଲୋକେ ଚକିତ ହୋଇଯାଇଥିଲେ । ସୂଚନାଯୋଗ୍ୟ, ଡାରିଆଙ୍କୁ ଚଳିତ ବର୍ଷ ବ୍ରିଟେନ ପକ୍ଷରୁ ଲଗାଯାଇଥିବା କଟକଣା ତାଲିକାରେ ସାମିଲ କରାଯାଇଥିଲା ।