ନୀଳଗିରି ରାଜପ୍ରାସାଦରେ ପୁଷ୍ୟାଭିଷେକ ପରମ୍ପରା, ରୀତିନୀତିରେ ପୂଜାର୍ଚ୍ଚନା

Published By : Prameya-News7 Bureau | January 09, 2023 IST

ନୀଳଗିରି,୦୯/୦୧: ରବିବାର ରାତିରେ ନୀଳଗିରି ରାଜବାଟିରେ ପୁଷ୍ୟାଭିଷେକ ନୀତି ସମାପନ ହୋଇଛି । ନୀଳଗିରି ରାଜାଙ୍କ ଉତ୍ତରାଧିକାରୀ ଜୟନ୍ତ ଚନ୍ଦ୍ର ମର୍ଦରାଜ ହରିଚନ୍ଦନ ଓ ତାଙ୍କ ସହଧାର୍ମିଣୀ ମନୋଜା ମଞ୍ଜରୀ ଦେବୀଙ୍କର ପୁଷ୍ୟାଭିଷେକ ବ୍ରହ୍ମା, ପ୍ରହରାଜ, ରାଜଗୁରୁ, ପୂଜକ ଓ ସେବକ ମାନଙ୍କ ଦ୍ୱାରା ସମ୍ପୂର୍ଣ୍ଣ ରୀତିନୀତି ଅନୁଯାୟୀ ରାଜପ୍ରାସାଦରେ ସମ୍ପନ୍ନ ହୋଇଛି ।

ରୀତିନୀତିରେ ପୂଜାର୍ଚନା କରାଯିବା ପରେ ଉଭୟଙ୍କର ରାଜ୍ୟାଭିଷେକ ନୀତି ସମାପନ ହୋଇଥିଲା । ଏହି ନୀତିପୂଜାରେ ବ୍ରହ୍ମା ପୁଣ୍ୟସ୍ଲକ ନନ୍ଦ, ବ୍ରହ୍ମା ସରୋଜ କୁମାର ନନ୍ଦ, ରାଜପୁରହିତ ରବୀନ୍ଦ୍ର ମହାପାତ୍ର, ପ୍ରହରାଜ ହରନାରାୟଣ ନନ୍ଦ, ପୂଜକ ହରିବନ୍ଧୁ କର, ସଞ୍ଜିତ ଆଚାର୍ଯ୍ୟ, ଯୋଗେନ୍ଦ୍ର ନାରାୟଣ ମିଶ୍ର, ବିରେଶ ଶତପଥୀ, ଚୁନରା ଦେବାଶିଷ ଦାସ, ଛତ୍ରଧାରୀ ଶୁକ୍ରା ଦାସବାବୁ, ଚାମର ଇଂ ଖଗେନ୍ଦ୍ର ବେହେରା , ରମେଶ ଦାସ, ନିରଞ୍ଜନ ମହାପାତ୍ର, ସୁରେନ୍ଦ୍ର ପ୍ରମୁଖ ଉପସ୍ଥିତ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.