ମୃତ୍ୟୁର ୮ ଦିନ ପରେ ବି ଗାଁକୁ ଫେରିନି ମରଶରୀର, ନିଜ ଜୀବନକୁ ବାଜି ଲଗାଇ ବଞ୍ଚାଇଥିଲେ ଅନ୍ୟ ଜୀବନ

Published By : Prameya-News7 Bureau | November 17, 2023 IST

ମାର୍ଶାଘାଇ ୧୭।୧୧: କଲିକତାର ଖଡଗପୁରର ମାଧପୁର ଠାରେ ବସ୍ ପୋଡି ଘଟଣାକୁ ୮ ଦିନ ବିତି ଥିଲେ ମଧ୍ୟ ନିଜ ଜୀବନକୁ ବାଜି ଲଗାଇ ଅନ୍ୟ ଜୀବନକୁ ବଞ୍ଚାଇଥିବା ମାର୍ଶାଘାଇ ଥାନା ନୀଳାଦ୍ରିପୁର ଗ୍ରାମର ପୁଷ୍ପାଞ୍ଜଳି ଦାସଙ୍କ ମରଶରୀର ଏପର୍ଯ୍ୟନ୍ତ ପରିବାର ଲୋକକୁ ହସ୍ତାନ୍ତର କରିନାହାନ୍ତି କଲିକତା ସରକାର । କିନ୍ତୁ ଅନ୍ୟପଟେ ଶବ ସତ୍କାର ପାଇଁ ଅପେକ୍ଷାରତ ପରିବାର ।

କିଏ ଜାଣିଥିଲା ଦୀପାବଳିର ଖୁସି ପାଣି ଫୋଟକା ପରି ମିଳେଇ ଯିବ ବୋଲି । ନିଜେ ଜଳି ୩୦ ଜଣଙ୍କୁ ବଞ୍ଚାଇଥିବା ପୁଷ୍ପାଞ୍ଜଳିଙ୍କ ମରଶରୀର ପାଇଁ ପରିବାର ଗୁହାରୀ କରି କରି ଥକିଗଲେଣି ନା ମିଳି ପାରୁଛି ମରଶରୀର ନା ୮ ଦିନ ହେବ ହୋଇପାରୁଛି ଶବ ସତ୍କାର । ସେହି ସାହାସୀ ପୁଷ୍ପାଞ୍ଜଳିଙ୍କ ଅଦ୍ଧଦଗ୍ଧ ମରଶରୀର ଯେମିତି ଟିକେ ପାଣି ଭାତ ପାଇଁ ଘୁମୁରି ଘୁମୁରି କାନ୍ଦୁଛି । ହେ ସରକାର ମୋତେ ଏହି ବନ୍ଦ କୋଠାରୁ ଭିତରୁ ଉଦ୍ଧାର କରି ମୋ ପରିବାର ପାଖରେ ପହଞ୍ଚାଇ ଦିଅ ମୁଁ ମୋ ପୁଅ ପରିବାର ହାତରୁ ପାଣି ପାଇଲେ ମୃକ୍ତି ପାଇବି । ଏହାର ସତ୍ୟତା ଜାଣିବା ପାଇଁ ଆମେ ପହଞ୍ଚିଛୁ ମାର୍ଶାଘାଇ ଥାନା ନୀଳାଦ୍ରିପୁର ଗ୍ରାମରେ ।

You Can Read :

wp:embed {"url":"https://www.prameyanews7.com/restrictions-on-transfer-of-tribal-lands/","type":"wp-embed","providerNameSlug":"prameya-news-7"}
https://www.prameyanews7.com/restrictions-on-transfer-of-tribal-lands/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.