ପୁଷ୍ପା ଷ୍ଟାଇଲରେ ଖୁସି ମନାଇଲେ ଜାଡେଜା, ଦେଖନ୍ତୁ ଭିଡିଓ

Published By : Prameya-News7 Bureau | February 25, 2022 IST

ନୂଆଦିଲ୍ଲୀ ୨୫।୦୨ : ଭାରତୀୟ ଫିଲ୍ମ ପୁଷ୍ପାର କ୍ରେଜ୍ କମିନାହିଁ । କ୍ରିକେଟ୍ ଷ୍ଟାଡିୟମରେ ମଧ୍ୟ ଦେଖିବାକୁ ମିଳିଛି ପୁଷ୍ପାର ଷ୍ଟାଇଲ୍ ।ମ୍ୟାଚ୍ ବେଳେ ଅନେକ ଖେଳାଳି ଅଲ୍ଲୁ ଅର୍ଜୁନଙ୍କ ଷ୍ଟାଇଲର ନକଲ କରି ଖୁସି ମନାଉଛନ୍ତି । ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି୨୦ ରବୀନ୍ଦ୍ର ଜାଡେଜା ପୁଷ୍ପା ଷ୍ଟାଇଲରେ ଖୁସି ମନାଉଥିବା ଦେଖିବାକୁ ମିଳିଛି ।

ଜାଡେଜା ପ୍ରଥମ ଟି୨୦ରେ ଓ୍ୱିକେଟ୍ ନେଲା ପରେ ପୁଷ୍ପା ଷ୍ଟାଇଲରେ ଖୁସି ମନାଇଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବିସିସିଆଇ ମଧ୍ୟ ଏହାର ଭିଡିଓ ସେୟାର କରିଛି ।ଏହାସହ ଆମେ ସମସ୍ତେ ଏପରି ରିଆକ୍ସନକୁ କେଉଁଠି ନା କେଉଁଠି ଦେଖିଛେ ବୋଲି କହିଛି ।

wp:html
/wp:html

ସୂଚନା ଅନୁସାରେ, ଗୁରୁବାର ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟି୨୦ ଖେଳାଯାଇଥିଲା । ମୁକାବିଲାରେ ଭାରତ ସିଂହଳ ଟିମ୍‌କୁ ୬୨ ରନରେ ପରାସ୍ତ କରିଥିଲା । ୨୦୦ ରନର ଟାର୍ଗେଟ କରୁଥିବା ଭାରତ ୧୩୭ ରନରେ ଅଟକି ଯାଇଥିଲା । ଏହି ମ୍ୟାଚରେ ଜାଡେଜା ଗୋଟିଏ ଓ୍ୱିକେଟ୍ ନେଇଥିଲେ । ଶ୍ରୀଲଙ୍କା ଇନିଂସର ଦଶମ ଓଭରରେ ସେ ଏହି ଓ୍ୱିକେଟ୍ ନେଇଥିଲେ ।

ଜାଡେଜାଙ୍କ ସ୍ପିନରେ ଦିନେଶ ଚାନ୍ଦିମାଲ  ଷ୍ଟମ୍ପିଂ ଆଉଟ୍ ହୋଇଥିଲେ । ଏହାପରେ ଜାଡେଜା ପୁଷ୍ପା ଷ୍ଟାଇଲରେ ଖୁସି ମନାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.