ପୁରୀ ଗଜପତିଙ୍କ ପୁଷ୍ୟାଭିଷେକ, ସିଂହାସନରେ ଆହରଣ କରି ଅଭିଷିକ୍ତ ହେଲେ ମହାରାଜା

Published By : Prameya-News7 Bureau | January 08, 2023 IST

ପୁରୀ: ପୁରୀ ଗଜପତିଙ୍କ ଶ୍ରୀନହରରେ ପାରମ୍ପରିକ ରୀତିରେ ଆଜି ଅନୁଷ୍ଠିତ ହୋଇଛି ପୁଷ୍ୟାଭିଷେକ। ଏହି ଅବସରରେ ଗଜପତି ମହାରାଜା ସିଂହାସନ ଆହରଣ କରିବା ସହ ଅଭିଷିକ୍ତ ମଧ୍ୟ ହୋଇଥିଲେ। ଏଥିପାଇଁ ଶ୍ରୀନହରରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଗଜପତି ମହାରାଜାଙ୍କୁ ଅଭିମନ୍ତ୍ରୀତ କରାଯିବା ସହ ରାଜ୍ୟର ମଙ୍ଗଳ କାମନା କରାଯାଇଥିଲା।‌ ଷୋଳ ଶାସନର ବ୍ରାହ୍ମଣ ପୁରୋହିତ ମାନେ ଏକତ୍ରୀତ ହୋଇ ଗଜପତିଙ୍କୁ ଆର୍ଶୀବାଦ ପ୍ରଦାନ କରିଥିଲେ।

{"id":730750,"sizeSlug":"full","linkDestination":"none"}

ଶୁକ୍ରବାର ଶ୍ରୀମନ୍ଦିରରେ ପୌଷପୁର୍ଣ୍ଣିମା ଅବସରରେ ମହାପ୍ରଭୁଙ୍କ ଦେବାଭିଷେକ ନୀତି ସମ୍ପର୍ଣ୍ଣ ହେବା ପରେ ପରମ୍ପରା ଅନୁଯାୟୀ ଆଜି ଶ୍ରୀନହରରେ ମଧ୍ୟ ଗଜପତିଙ୍କର ରାଜାଭିଷେକ ଅନୁଷ୍ଠିତ ହୋଇଛି। ପୌଷ ପୁର୍ଣିମା ପୁଷ୍ୟା ନକ୍ଷତ୍ରରେ ଶ୍ରୀନହରରେ ଗଜପତିଙ୍କର ପରମ୍ପରା ଏବେ ବି ଚାଲୁ ରହିଛି। ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଅଭିଷେକ ନୀତିକୁ ଆଧାର କରି ଗଜପତି ମହାରାଜାଙ୍କ ରାଜାଭିଷେକ ଉତ୍ସବ ପାଳନ କରାଯାଇଥାଏ। 

{"id":730751,"sizeSlug":"full","linkDestination":"none"}

ଏହି ପର୍ବରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ଶ୍ରୀନହରରେ ପାରଂପରିକ ଗଜପତି ପୋଷାକରେ ସିଂହାସନରେ ବସିବା ପରେ ମନ୍ତ୍ର ସ୍ନାନ, ଅଭିସିକ୍ତ ଜଳ ଛିଞ୍ଚନ ହୋଇ ନୂଆ ପଇତା ଲାଗି ହେବା ପରେ ଅଭିଷେକ ଆରମ୍ଭ କରାଯାଇଥିଲା। ଅଭିଷେକ ମହୋତ୍ସବ ପରେ ଶୋଳ ଶାସନରୁ ଆସିଥିବା ବ୍ରାହ୍ମଣମାନେ ଗଜପତିଙ୍କୁ ପଇତା ଦାନ କରି ଆର୍ଶୀବାଦ ପ୍ରଦାନ କରିଥିଲେ।

ରାଜ ପୁରୋହିତଙ୍କ ସହ ଅନ୍ୟ ବ୍ରାହ୍ମଣ ମାନେ ମଧ୍ୟ ମନ୍ତ୍ର ଉଚ୍ଚାରଣ କରି ଏହି ଉତ୍ସବରେ ଗଜପତି ମହାରାଜାଙ୍କ ଉଜ୍ଜଳ ଭବିଷ୍ୟତ ଏବଂ ମଙ୍ଗଳ କାମନା କରିଥିଲେ। ପରେ ପରମ୍ପରା ଅନୁଯାଇ ଗଜପତିଙ୍କୁ ବ୍ରାହ୍ମଣ ମାନେ ବସ୍ତ୍ର, ଫଳ ଆଦି ପ୍ରଦାନ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.