LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଅଲ୍ଲୁଙ୍କ ଜନ୍ମ ଦିନରେ ଆସିବ ‘ପୁଷ୍ପା-୨’ର ଟିଜର, କନଫର୍ମ କଲେ ନିର୍ଦ୍ଦେଶକ

22/03/2023 at 7:57 AM

ମୁମ୍ଵାଇ ୨୨।୦୩: ସାଉଥ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ତାରକା ଅଲ୍ଲୁ ଅର୍ଜୁନ। ତାଙ୍କ ଶେଷ ଫିଲ୍ମ ‘ପୁଷ୍ପା’ । ଯାହା ବକ୍ସ ଅଫିସରେ ସୁପରହିଟ୍‌ ହୋଇଥିଲା। ଏହି ଚଳଚ୍ଚିତ୍ରରେ ଅଲ୍ଲୁ ଅର୍ଜୁନ ପୁଷ୍ପା ରାଜ ଭୂମିକାରେ ଅଭିନୟ କରିଥିଲେ। ଏହି ଫିଲ୍ମକୁ ସୁକୁମାର ନିର୍ଦ୍ଦେଶନା ଦେଇଥିଲେ। ବର୍ତ୍ତମାନ ତାଙ୍କ ଫ୍ୟାନ୍ସମାନେ ପୁଷ୍ପା-୨କୁ ନେଇ ଅପେକ୍ଷା କରିଛନ୍ତି। ତେବେ ଏହି ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି। ଖୁବ୍‌ଶୀଘ୍ର ପୁଷ୍ପା-୨ ରିଲିଜ୍‌ ହେବ। ଏହା ପୂର୍ବରୁ ଫିଲ୍ମର ଟିଜରକୁ ନେଇ ଏକ ଖବର ସାମ୍ନାକୁ ଆସିଛି। କୁହାଯାଉଛି କି ନିର୍ମାତା ଫିଲ୍ମର ସିକ୍ଵେଲ୍‌କୁ ନେଇ କଠିନ ପରିଶ୍ରମ କରୁଛନ୍ତି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଚଳିତ ବର୍ଷ ଏପ୍ରିଲ ୮ରେ ଅଲ୍ଲୁଙ୍କ ୪୧ତମ ଜନ୍ମଦିନ ଅବସରରେ ପୁଷ୍ପା-୨ର ଟିଜର ମୁକ୍ତିଲାଭ କରିବ। ନିର୍ମାତା ଏକ ସ୍ବତନ୍ତ୍ର ପୋଷ୍ଟର ସହିତ ଏହାକୁ ନିଶ୍ଚିତ କରିଛନ୍ତି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବେଙ୍ଗାଲୁରୁରେ ଏହି ଚଳଚ୍ଚିତ୍ର ପାଇଁ ଏକ ଆକ୍ସନ୍ ସେଡ୍ୟୁଲର ସୁଟିଂ କରାଯାଉଛି। ଖୁବ୍ ଶୀଘ୍ର ମାଲାୟାଲମ୍ ଅଭିନେତା ଫାହାଦ୍ ଫାଜିଲ୍ ଏଥିରେ ଯୋଗଦେବେ । ଆସନ୍ତା ମାସ ହେଉଛି ଅଲୁ ଅର୍ଜୁନଙ୍କ ଜନ୍ମଦିନ । ଏଭଳି ପରିସ୍ଥିତିରେ ନିର୍ମାତା ଅଭିନେତାଙ୍କ ବିଶେଷ ଦିନରେ ତିନି ମିନିଟର ଆକ୍ସନ୍ ପ୍ୟାକ୍ ଟିଜର ରିଲିଜ୍ କରିବାକୁ ପ୍ରସ୍ତୁତ ହେଉଛନ୍ତି।

ଫିଲ୍ମ ସହ ଜଡିତ ଟିଜର ଏବଂ ଅନ୍ୟାନ୍ୟ ବିବରଣୀ ଏପର୍ଯ୍ୟନ୍ତ ଜଣାପଡିନାହିଁ। ଗଣମାଧ୍ୟମ ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଛି ଯେ ସାଇ ପଲ୍ଲବୀଙ୍କୁ ‘ପୁଷ୍ପା ୨’ରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରାଯିବ। ତେବେ ଏପର୍ଯ୍ୟନ୍ତ ଏ ସମ୍ପର୍କରେ କୌଣସି ସରକାରୀ ଘୋଷଣା କରାଯାଇ ନାହିଁ।  ‘ପୁଷ୍ପା ୨’ ଜାନୁୟାରୀ ୨୦୨୪ରେ ମୁକ୍ତିଲାଭ କରିବ ବୋଲି ଆଶା କରାଯାଉଥିଲା। ହେଲେ ସୁଟିଂ ଶେଷ ହୋଇ ନ ଥିବାରୁ ଫିଲ୍ମର ରିଲିଜରେ ବିଳମ୍ବ ହେବ। ଏଥିପାଇଁ ନିର୍ମାତାମାନେ ମାର୍ଚ୍ଚ କିମ୍ବା ଏପ୍ରିଲ ୨୦୨୪ରେ ‘ପୁଷ୍ପା ୨’ରିଲିଜ କରିବାକୁ ନିଷ୍ପତ୍ତି ନେଇଛନ୍ତି।

   Related Posts