ସାଉଥର ଏହି ଅଭିନେତ୍ରୀଙ୍କୁ ଟ୍ଵିଟରରେ ବ୍ଲକ୍ କଲେ ଅଲ୍ଲୁ ଅର୍ଜୁନ, ସାମ୍ନାକୁ ଆସିଲା ସ୍କ୍ରିନ୍ ସଟ୍
20/03/2023 at 9:27 AM

ମୁମ୍ଵାଇ ୨୦।୦୩: ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ। ସବୁବେଳେ ତାଙ୍କ କୋ-ଷ୍ଟାରମାନଙ୍କ ସହ ଥଟ୍ଟା ମଜା କରୁଥିବା ନଜର ଆସନ୍ତି। କିନ୍ତୁ ଏଥର ସେ ତାଙ୍କର ଜଣେ କୋ-ଷ୍ଟାରଙ୍କ ସହ ଏପରି କିଛି କଲେ। ଯାହାକୁ ଲୋକମାନେ ବିଶ୍ୱାସ କରି ପାରୁ ନାହାନ୍ତି। ଅଲ୍ଲୁ ଶନିବାର ଦିନ ତାଙ୍କର ‘ବରୁଦ’ ଅଭିନେତ୍ରୀ ଭାନୁଶ୍ରୀ ମେହେରାଙ୍କୁ ବ୍ଲକ କରିଥିଲେ। ଅଭିନେତ୍ରୀ ଟ୍ୱିଟରରେ ଏହାର ସ୍କ୍ରିନସଟ ସେୟାର କରି ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥିଲେ। ତେବେ କିଛି ଘଣ୍ଟା ପରେ ଅଲ୍ଲୁ ଟ୍ୱିଟରରେ ଅଭିନେତ୍ରୀଙ୍କୁ ଅନବ୍ଲକ କରିଥିଲେ। କିନ୍ତୁ ଏସବୁ କାହିଁକି ଘଟିଲା, ଜାଣନ୍ତୁ ପୁରା କାହାଣୀ …
If you ever feel like you’re stuck in a rut, just remember that I acted in Varudu with Allu Arjun and STILL couldn’t get any work. But I’ve learned to find humor in my struggles – especially now that Allu Arjun has blocked me on Twitter🤷♀️ Go subscribe ?https://t.co/mqX2lVNjwx pic.twitter.com/ycSR5yGpfl
— Bhanushree Mehra (@IAmBhanuShree) March 18, 2023
ଟ୍ୱିଟରରେ ତାଙ୍କ ବ୍ଲକ ଘୋଷଣା କରି ଭାନୁଶ୍ରୀ ଅଲ୍ଲୁଙ୍କ ପ୍ରୋଫାଇଲର ଏକ ସ୍କ୍ରିନସଟ ସେୟାର କରିଛନ୍ତି। ଯେଉଁଥିରେ ଦର୍ଶାଯାଇଛି ଯେ ଅଲ୍ଲୁ ତାଙ୍କୁ ବ୍ଲକ କରିଛନ୍ତି । ଏହା ସହିତ ଭାନୁଶ୍ରୀ ଲେଖିଛନ୍ତି, “ଯଦି ତୁମେ କେବେ ଅନୁଭବ କରୁଛ ଯେ ତୁମେ ଏକ ଲିକ୍ରେ ଫସି ଯାଇଛ ତ ମନେରଖ ଯେ ମୁଁ ଅଲ୍ଲୁ ଅର୍ଜୁନଙ୍କ ସହ ‘ବରୁଡୁ’ରେ ଅଭିନୟ କରିଥିଲି ଏବଂ ମୁଁ ଏପର୍ଯ୍ୟନ୍ତ କାମ କରୁଛି। ବିଶେଷ କରି ବର୍ତ୍ତମାନ ଅଲ୍ଲୁ ଅର୍ଜୁନ ମୋତେ ଟ୍ୱିଟରରେ ବ୍ଲକ୍ କରିଛନ୍ତି?
Great news, Allu Arjun has unblocked me! To clarify, I NEVER blamed him for my career setbacks. Instead, I’ve learned to find humor in my struggles and keep moving forward. Stay tuned for more laughs and good vibes! Thanks, Allu Arjun, for being a good sport. @alluarjun pic.twitter.com/oLovQdnWAE
— Bhanushree Mehra (@IAmBhanuShree) March 18, 2023
ଏହି ପୋଷ୍ଟର କିଛି ଘଣ୍ଟା ପରେ ଭାନୁଶ୍ରୀ ସ୍ପଷ୍ଟ କରିଛନ୍ତି ଯେ “ବଡ଼ ଖବର, ଅଲ୍ଲୁ ମୋତେ ଅନବ୍ଲକ କରିଛନ୍ତି! ସ୍ପଷ୍ଟ କରିବାକୁ, ମୁଁ ମୋର କ୍ୟାରିୟର ବିଫଳତା ପାଇଁ ତାଙ୍କୁ ଦାୟୀ କରି ନାହିଁ। କହିବାକୁ ଗଲେ ୨୦୧୦ ମସିହାରେ ମୁକ୍ତିଲାଭ କରିଥିବା ତେଲୁଗୁ ରୋମାଣ୍ଟିକ୍ ଆକ୍ସନ୍ ଡ୍ରାମା ଫିଲ୍ମ ‘ବରୁଡୁ’ରେ ଭାନୁଶ୍ରୀ ଏବଂ ଅଲୁ ଏକାଠି କାମ କରିଥିଲେ। ଯାହା ବକ୍ସ ଅଫିସରେ ଦର୍ଶକଙ୍କୁ ପ୍ରଭାବିତ କରିବାରେ ବିଫଳ ହୋଇଥିଲା।