ଅଲ୍ଲୁଙ୍କ ଲାଡଲୀ ଆରହାଙ୍କ ଡେବ୍ୟୁ, ସାମନ୍ଥାଙ୍କ ସହ କରିବେ ସ୍କ୍ରିନ୍ ସେୟାର
5/01/2023 at 11:33 AM

ମୁମ୍ଵାଇ ୦୫।୦୧: ଚଳଚ୍ଚିତ୍ର ତାରକାଙ୍କ ପିଲାମାନେ ବଡ଼ ହୋଇ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିକୁ ଆସନ୍ତି। କାହିଁକି ସେମାନଙ୍କ ପିଲା ପିତାମାତାଙ୍କ ଦ୍ୱାରା କରାଯାଇଥିବା ପଥକୁ ଅନୁସରଣ କରିବାକୁ ପସନ୍ଦ କରନ୍ତି।ଏଥିରେ ଏମିତି ଅନେକ ତାରକାଙ୍କ ନା ସାମିଲ୍ ଅଛି। ହେଲେ ଏବେ ପୁଷ୍ପା ତାରକା ଅଲ୍ଲୁ ଅର୍ଜୁନ୍ ଆଗ ଧାଡିରେ ଅଛନ୍ତି। ଅଲ୍ଲୁଙ୍କ ଝିଅ ଆରହାଙ୍କୁ ମାତ୍ର ୬ବର୍ଷ। ଏତେ କମ ବୟସରେ ସେ ଡେବ୍ୟୁ କରିବାକୁ ଯାଉଛନ୍ତି।
ଦକ୍ଷିଣର ହିଟ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୃ। ତାଙ୍କ ଚଳଚିତ୍ରରେ ଆରାହା ସ୍କ୍ରିନ୍ ସେୟାର କରିବେ। ଆରା ‘ଶକୁନ୍ତଲାମ’ରେ ସହିତ ଡେବ୍ୟୁ କରିବାକୁ ଯାଉଛନ୍ତି। ଅଲ୍ଲୁ ଏବଂ ତାଙ୍କ ନହ୍ନୀ ପରୀ ପାଇଁ ଏହା ଏକ ଖୁସିର କଥା। ଏଭଳି ପରିସ୍ଥିତିରେ ଅଭିନେତାଙ୍କ ଛାତି ଗର୍ବରେ ଫୁଲି ଉଠୁଛି। ଆରହା ଦେଖିବାକୁ ବହୁତ ସୁନ୍ଦର ଏବଂ କ୍ୟୁଟ୍। ଉଲ୍ଲେଖଥାଉ କି, ଅଲ୍ଲୁ ତାଙ୍କର ଏକ ସାକ୍ଷାତକାରରେ ସ୍ପଷ୍ଟ କରି କହିଥିଲେ ଯେ ଆରହା ପାଠ ପଢା ସମାପ୍ତ କରିବା ପରେ ଫିଲ୍ମ କ୍ୟାରିୟରରେ ପାଦ ଦେବେ। କିନ୍ତୁ ଏବେ ଲାଗୁଛି ଯେ ଆରା ଫିଲ୍ମ ଜଗତରେ ପ୍ରବେଶ କରିବାକୁ ତତ୍ପର। ୬ ବର୍ଷ ବୟସରେ, ଆରହା ତାଙ୍କ ନାମରେ ଏହି ସଫଳତା ହାସଲ କରିଛନ୍ତି।
ଯେତେବେଳେ ଝିଅ ଆରହାଙ୍କ ଡେବ୍ୟୁ ଉପରେ ଅଲ୍ଲୁଙ୍କୁ ପଚରାଗଲା, ସେ କୁହନ୍ତି ଯେ ମୁଁ ନିଜେ ଜାଣେ ନାହିଁ ଯେ ମୁଁ ଆରହାକୁ ଅନସ୍କ୍ରିନରେ କିପରି ଅନୁଭବ କରିବି ଏବଂ ମୋର ପ୍ରତିକ୍ରିୟା କ’ଣ ହେବ? ମୋ ଝିଅ ସୁନ୍ଦର, କିନ୍ତୁ ଯେତେବେଳେ ସେ ପରଦାରେ ଆହୁରି ସୁନ୍ଦର ଲାଗିବ । ମୁଁ ଏହା ବିଷୟରେ କିଛି କହି ପାରିବି ନାହିଁ ।