ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

US ରାସ୍ତାରେ ‘ପୁଷ୍ପା’ର କ୍ରେଜ୍‌ :୧୩ ବର୍ଷର ଝିଅଟି ଭାଓଲିନ୍‌ରେ ବଜାଇଲା ‘Oo Antava’, ଭିଡିଓ ଭାଇରାଲ୍‌

28/05/2022 at 11:50 AM

ନୂଆଦିଲ୍ଲୀ ୨୮।୦୫ : ‘ପୁଷ୍ପା’ ଫିଲ୍ମ ରିଲିଜ୍‌ ହେବାର ଅନେକ ମାସ ବିତିଗଲାଣି । ଏହା ବ୍ଲକବଷ୍ଟ ହେବା ପରେ ଇଣ୍ଟରନେଟରେ ତାର ଲୋକପ୍ରିୟ ବଢିଥିଲା । ଛୋଟରୁ ବଡ ଯାଏଁ ସମସ୍ତେ ଫିଲ୍ମର ଡାଏଲଗ ଠାରୁ ଆରମ୍ଭ କରି ଗୀତରେ ରିଲସ୍‌ କରିବାରେ ଲାଗିଲେ। ଏବେ ବି ଫିଲ୍ମର କ୍ରେଜ୍ ସୋସିଆଲ ମିଡିଆରେ ଛାଇ ଯାଉଛି । ଦେଶ ହେଉ କିମ୍ବା ବିଦେଶରେ, ଏବେ ବି ‘ପୁଷ୍ପା’ର କ୍ରେଜ୍‌ ବଢି ଚାଲିଛି । ବର୍ତ୍ତମାନ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି। ଯାହା ଭାଇରାଲ୍‌ ହେବାରେ ଲାଗିଛି।

ବର୍ତ୍ତମାନ ଆମେରିକାରେ ‘ପୁଷ୍ପା ‘ର ନିଶା ଧରିଛି । ୧୩ ବର୍ଷୀୟ ଝିଅଟି ତାଙ୍କ ବାଦ୍ୟଯନ୍ତ୍ର ତଥା ଭାଓଲିନ୍‌ରେ ‘ଓ ଆଣ୍ଟାବାମା’ ଗୀତ ବଜାଇ ପପୁଲାର ହୋଇଛନ୍ତି । ତାଙ୍କ ଗୀତରେ ଲୋକଙ୍କୁ ନିଜ ଆଡକୁ ଆକୃଷ୍ଟ କରିଛନ୍ତି । ତାଙ୍କ ସ୍ୱର ଶୁଣି ରାସ୍ତାରେ ଯାଉଥିବା ଲୋକମାନେ ହଠାତ୍ ଅଟକି ଯାଇଥିଲେ। ଆମେରିକୀୟମାନେ ଯେତେବେଳେ ଜାଣିଲେ କି ଏହା ଭାରତୀୟ ଗୀତ ବୋଲି, ସେମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତାଙ୍କ ସ୍ୱର ଶୁଣିବାକୁ ଲାଗିଲେ। କେହି କେହି ନିଜ ଫୋନ କାଢି ଭିଡିଓ ରେକର୍ଡିଂ ମଧ୍ୟ କରୁଥିଲେ। ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଝିଅଟିର ଏହି ସୁନ୍ଦର ପ୍ରଦର୍ଶନ ଦେଖି ଲୋକମାନେ ବହୁତ ପ୍ରଶଂସା କରିଛନ୍ତି ।

କରୋଲିନା ଜଣେ ଏକ ପ୍ରସିଦ୍ଧ ୟୁଟ୍ୟୁବର୍। ଏହି ଭିଡିଓଟି ୟୁଟ୍ୟୁବରେ ଲକ୍ଷ ଲକ୍ଷ ଭ୍ୟୁ ହୋଇଥିବା ବେଳେ ଖୁବ୍‌ ଲାଇକ୍‌ ସେୟାର କରାଯାଇଛି । ‘ଓ ଆଣ୍ଟାବାମା’ କଭର ଗୀତକୁ କିଛି ଦିନ ପୂର୍ବରୁ ୟୁଟ୍ୟୁବରେ ଅପଲୋଡ୍ କରିଥିଲେ। ଭିଡିଓଟି ବର୍ତ୍ତମାନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଘୁରି ବୁଲୁଛି।  

   Related Posts