scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଫାଇଟ୍‌ ସିନ୍‌ ସମୟରେ ଆହତ ହେଲେ ଅଲ୍ଲୁ, ସ୍ଥଗିତ ରହିଲା ‘ପୁଷ୍ପା-୨’ର ଶୁଟିଂ

3/12/2023 at 9:46 AM

ମୁମ୍ଵାଇ ୦୩।୧୨: ସାଉଥ୍ ର ଷ୍ଟାଇଲିସ୍ ଷ୍ଟାର ଅଲୁ ଅର୍ଜୁନ। ବର୍ତ୍ତମାନ ସେ ତାଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ପୁଷ୍ପା ୨ ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ସମୟରେ ପୁଷ୍ପା ସୁଟିଂ ସେଟରୁ ଏକ ବଡ଼ ଖବର ଆସିଛି। ଯାହା ଶୁଣିବା ପରେ ଅଲୁ ଅର୍ଜୁନଙ୍କ ପ୍ରଶଂସକମାନେ ନିରାଶ ହୋଇପାରନ୍ତି। କୁହାଯାଉଛି ଯେ ଫିଲ୍ମର ଶୁଟିଂ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି। ଫିଲ୍ମର ଏକ ଗୁରୁତ୍ୱପୂର୍ଣ୍ଣ କ୍ରମର ଶୁଟିଂ କରିବା ସମୟରେ ଅଲୁ ଅର୍ଜୁନ ଆହତ ହୋଇଥିଲେ। ଏହି କାରଣରୁ ନିର୍ମାତାମାନେ ଶୁଟିଂକୁ କିଛି ଦିନ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ଅଲୁ ଅର୍ଜୁନଙ୍କ ଟିମ୍ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।

ଖବର ଅନୁଯାୟୀ, ଫାଇଟ ସିନର ଶୁଟିଂ କରୁଥିବା ସମୟରେ ଅଲୁ ଅର୍ଜୁନଙ୍କ ପିଠିରେ ଗଭୀର ଆଘାତ ଲାଗିଥିଲା। ଏହି କାରଣରୁ ଡାକ୍ତରମାନେ ତାଙ୍କୁ ବର୍ତ୍ତମାନ ପାଇଁ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି। ଏବେ ଫିଲ୍ମର ଶୁଟିଂ ଡିସେମ୍ବର ଦ୍ୱିତୀୟ ସପ୍ତାହରୁ ଆରମ୍ଭ ହେବ।

ଫିଲ୍ମ ପୁଷ୍ପା-୨ ଆସନ୍ତା ବର୍ଷ ଅଗଷ୍ଟ ୧୫ ରେ ପ୍ରେକ୍ଷାଳୟକୁ ଆସିବ। ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଜବରଦସ୍ତ କ୍ରେଜ୍ ରହିଛି। ପ୍ରଶଂସକମାନେ ଉତ୍ସାହର ସହିତ ଫିଲ୍ମକୁ ଅପେକ୍ଷା କରିଛନ୍ତି। ଏହି ଚଳଚ୍ଚିତ୍ରର ପ୍ରଥମ ଭାଗ ବକ୍ସ ଅଫିସରେ ଏକ ବ୍ଲକବଷ୍ଟର ବୋଲି ପ୍ରମାଣିତ ହୋଇଥିଲା। ସେହିପରି ଏହାର ଦ୍ୱିତୀୟ ଭାଗ ମଧ୍ୟ ସେଇନମ ହଲ୍ରେ ଚହଳ ପକାଇବ ବୋଲି ଆଶା କରାଯାଉଛି।

   Related Posts