ହଟିଲା ସସପେନ୍ସ, ଦ୍ୱିତୀୟଥର ପାଇଁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ହେବେ ପୁଷ୍କର ସିଂ ଧାମି

Published By : Prameya-News7 Bureau | March 21, 2022 IST

ନୂଆଦିଲ୍ଲୀ ୨୧।୦୩:  ଉତ୍ତରାଖଣ୍ଡରେ କିଏ ହେବେ ପରିବର୍ତ୍ତୀ ମୁଖ୍ୟମନ୍ତ୍ରୀ ତାହା ଉପରୁ ହଟିଛି ସସପେନ୍ସ । ପୁଣି ଥରେ ପୁଷ୍କର ସିଂ ଧାମି ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ। ବିଜେପି ବିଧାୟକ ଦଳ ବୈଠକରେ ପୁଷ୍କର ସିଂ ଧାମି ସର୍ବସମ୍ମତିରେ ନେତା ନିର୍ବାଚିତ ହୋଇଛନ୍ତି। ବିଜେପିର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ତଥା କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ କେନ୍ଦ୍ର ବିଦେଶ ରାଷ୍ଟ୍ରମନ୍ତ୍ରୀ ମୀନାକ୍ଷୀ ଲେଖିଙ୍କ ଉପସ୍ଥିତିରେ ପୁଷ୍କର ସିଂ ଧାମି ବିଜେପି ବିଧାୟକ ଦଳ ନେତା ନିର୍ବାଚିତ ହୋଇଛନ୍ତି।

wp:html /wp:html

ବିଜେପି ବିଧାୟକ ଦଳ ନେତା ନିର୍ବାଚିତ ହେବା ପରେ ପ୍ରତିରକ୍ଷା ମନ୍ତ୍ରୀ ଟ୍ୱିଟ କରି ଧାମିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଜନାଥ ସିଂ କହିଛନ୍ତି, ମୋର ବିଶ୍ୱାସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନ ଏବଂ ପୁଷ୍କର ସିଂ ଧାମିଙ୍କ ନେତୃତ୍ୱରେ ଉତ୍ତରାଖଣ୍ଡ ପ୍ରଗତି କରିବ । ଧାମି ପୂର୍ବରୁ ସରକାର ଚଲାଇ ସାରିଛନ୍ତି। ସରକାର ଲଚାଇବାର ଅଭିଜ୍ଞତା ରହିଛି। ମାତ୍ର ଛଅ ମାସରେ ଧାମି ନିଜର ଛାପ ଛାଡି ସାରିଛନ୍ତି।    

wp:html /wp:html

ଉଲ୍ଲେଖଯୋଗ୍ୟ ଯେ, ଉତ୍ତରାଖଣ୍ଡରେ ବିଜେପି ଚମତ୍କାର ପ୍ରଦର୍ଶନ କରି ଏକାକୀ ସରକାର ଗଢିବା ପାଇଁ ବହୁମତ ହାସଲ କରିଥିଲା। କିନ୍ତୁ ମୁଖ୍ୟମନ୍ତ୍ରୀ ଧାମି ଖଟିମା ଆସନରୁ ପରାଜିତ ହୋଇଥିଲେ। ଏପରି ସ୍ଥିତିରେ କିଏ ସରକାରର ନେତୃତ୍ୱ ନେବ ଏହାକୁ ଆଶଂକା ବଢିଥିଲା। ବିଜେପି ଶୀର୍ଷ ନେତୃତ୍ୱ ଏହା ଉପରେ ବିଚାରବିମର୍ଶ କରି ଶେଷରେ ଧାମିଙ୍କ ନାଁରେ ମୋହର ମରାଯାଇଛି। ଏପରି ସ୍ଥିତିରେ ଆସନ୍ତା ୬ ମାସ ମଧ୍ୟରେ ଧାମିଙ୍କୁ ନିର୍ବାଚନ ଜିତି ଗୃହର ସଦସ୍ୟ ହେବାକୁ ପଡିବ।

ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ବିଜେପି ମୋଟ ୭୦ଟି ଆସନରୁ ୪୭ଟି ଆସନରେ ବିଜୟୀ ହୋଇଥିଲା। ଅନ୍ୟପଟେ କଂଗ୍ରେସ ୧୯ ଆସନରେ ବିଜୟୀ ହୋଇଥିଲା। ବିଏସପିରୁ ୨ ଏବଂ ଦୁଇ ଜଣ ସ୍ୱାଧୀନ ନିର୍ବାଚିତ ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.