କଲିକତା ଯିବାକୁ ବାହାରିଥିଲେ, ହେଲେ ଆଉ ଫେରିଲେନି : ମାସେ ପରେ ଗାଁ ମଶାଣିରେ ଜଳିଲା ପୁରୁଷୋତ୍ତମଙ୍କ ଜୁଇ
6/07/2023 at 5:21 PM

କେନ୍ଦ୍ରାପଡା ୬।୭: ମାସେ ପରେ ଜଳିଲା ଜୁଇ । ବାହାନଗା ରେଳ ଦୁର୍ଘଟଣା ପରେ ନିଖୋଜ ଥିବା କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ୍ ଏଣ୍ଡୁଳାପୁର ଗାଁର ପୁରୁଷୋତ୍ତମ ମହାନ୍ତିଙ୍କ ମୃତଦେହ ଠାବ ହେବା ସହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ପରେ ପରିବାର ଲୋକେ ଗାଁକୁ ଆଣି ମୃତ ପୁରୁଷୋତ୍ତମଙ୍କ ଶବ ସତ୍କାର କରିଛନ୍ତି ।
ଦୁର୍ଘଟଣା ଦିନ ପୁରୁଷୋତମ ନିଜ ଗାଁରୁ କଲିକତା ଯାଇଥିଲେ । ଭଦ୍ରକରୁ ଟ୍ରେନ୍ ଧରିବା ପାଇଁ କହି ସେ ଘରୁ ଯାଇଥିଲେ । ତେବେ ଟ୍ରେନ୍ ଦୁର୍ଘଟଣା ପରଠାରୁ ତାଙ୍କର କୌଣସି ପତ୍ତା ମିଳିନଥିଲା । ପରିବାର ଲୋକେ ଖୋଜାଖୋଜି କରି ନିରାଶ ହେବା ପରେ ଡିଏନଏ ପରୀକ୍ଷା ପାଇଁ ନମୁନା ଦିଆଯାଇଥିଲା । ରିପୋର୍ଟ ଆସିବା ପରେ ଏମ୍ସ କର୍ତ୍ତୃପକ୍ଷ ପୁରୁଷୋତ୍ତମଙ୍କ ମୃତଦେହ ତାଙ୍କ ପରିବାରକୁ ହସ୍ତାନ୍ତର କରିଥିଲେ । ପୁରୁଷୋତ୍ତମଙ୍କ ବୃଦ୍ଧ ବାପା-ସ୍ତ୍ରୀ ଓ ଦୁଇ ପୁଅ-ଝିଅ ଅଛନ୍ତି ।
You Can Read :