oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଅନଲାଇନରେ ମଗାଇଥିଲେ ପୁରୁଣା ଆଲମାରି, ବାହାରିଲା କୋଟିଏ ଟଙ୍କା

28/04/2022 at 1:59 PM

ନୂଆଦିଲ୍ଲୀ ୨୮।୦୪ : ପୁରୁଣା ଆଲମାରି କିଣିଲେ ଜଣେ ବ୍ୟକ୍ତି  । କିନ୍ତୁ ତାହା ଭିତରୁ ବାହାରିଲା ପୁଳା ପୁଳା ଟଙ୍କା । ଗଣିବା ପରେ ହଜାର କି ଦିହଜାର ନୁହେଁ, ଥିଲା ପୁରା କୋଟିଏ ଟଙ୍କା । ଏପରି ଘଟଣା ସାମ୍ନାକୁ ଆସିଛି ଜର୍ମାନୀର ବିଟରଫିଲ୍ଡରେ ।

ସୂଚନାନୁସାରେ, ଥୋମାଲ ହେଲର ନାମକ ଜଣେ ବ୍ୟକ୍ତି ଇ-ବେ ସାଇଟରୁ ଏକ ପୁରୁଣା ଆଲମାରି ଅର୍ଡର କରିଥିଲେ ।ଏଥିରେ ସେ ତାଙ୍କ ରୋଷେଇ ସାମଗ୍ରୀ ରଖିଥାନ୍ତେ । ଆଲମାରି ପାଇଁ ସେ ପ୍ରାୟ ୧୯୦୦୦ ଟଙ୍କା ବ୍ୟୟ କରିଥିଲେ । ସଠିକ ସମୟପେ ଆଲମାରିଟି ତାଙ୍କ ଘରେ ପହଁଚିଥିଲା ।

ଯୁବକଜଣଙ୍କ ଆଲମାରି ଖୋଲିବା ମାତ୍ରେ ଚକିତ ହୋଇଯାଇଥିଲେ । କାରଣ ଆଳମାରି ଭିତରେ ଦୁଇଟି ବାକ୍ସ ଥିଲା । ଯାହାକୁ ଖୋଲିବା ପରେ ସେଥିରୁ ୧ କୋଟି ୧୯ ଲକ୍ଷ ଟଙ୍କା ମିଳିଥିଲା । ତେବେ ସେ ଏହି ଟଙ୍କାକୁ ନିଜ ପାଖରେ ନରଖି ପୋଲିସକୁ ଖବର ଦେଇଥିଲେ । ଏହାଦ୍ୱାରା ଟଙ୍କାକୁ ପ୍ରକୃତ ମାଲିକ ପାଖରେ ପହଁଚା ଯାଇପାରିଥିଲା ।

ପୋଲିସ ତଦନ୍ତ କରି ଜାଣିବାକୁ ପାଇଥିଲା ଯେ, ଏବି ସବୁ ଟଙ୍କା ଜଣେ ୯୧ ବର୍ଷୀୟା ବୃଦ୍ଧାଙ୍କର ଅଟେ । ସେ ହାଲେ ସହରରେ ରହୁଥିଲେ । ଆଲମାରିର ପ୍ରଥମ ମାଲିକ ମଧ୍ୟ ବୃଦ୍ଧାଜଣଙ୍କ ଅଟନ୍ତି । ତାଙ୍କ ନାତି ଆଲମାରିକୁ ବିକ୍ରି କରିଥିଲା କିନ୍ତୁ ଏଥିରେ ବୃଦ୍ଧାଜଣଙ୍କ ଏତେ ଟଙ୍କା ରଖିଥିବା ସେ ଜାଣିନଥିଲେ ।

   Related Posts