ଭକ୍ତ ସମ୍ମିଳନୀରେ ପର୍ସ ଓ ମୋବାଇଲ୍ ଲୁଟ୍ ଉଦ୍ୟମ, ମହିଳାଙ୍କୁ କାବୁ କଲା ପୋଲିସ୍

Published By : Prameya-News7 Bureau | February 05, 2023 IST

କଟକ: କଟକ ଉପର ବାଲିଯାତ୍ରା ପଡିଆରେ ହେଉଥିବା ପ୍ରାଦେଶିକ ଭକ୍ତ ସମ୍ମିଳନୀରେ ଶ୍ରଦ୍ଧାଳୁଙ୍କ ଭିଡର ସୁଯୋଗ ନେଇ ପର୍ସ ଓ ମୋବାଇଲ ଲୁଟ କରୁଥିବା ଏକ ମହିଳା ଗ୍ୟାଙ୍ଗକୁ କାବୁ କରିଛି କ୍ୟାଣ୍ଟନମେଣ୍ଟ ଥାନା ପୋଲିସ। ସମ୍ମିଳନୀ ସ୍ଥଳରୁ କିଛି ଶ୍ରଦ୍ଧାଳୁଙ୍କ ମୋବାଇଲ, ପର୍ସ ଆଦି ଚୋରି ହେବାର ଅଭିଯୋଗ ଆସିବା ପରେ ସାଦା ପୋଷାକରେ ପୋଲିସ ସମେତ ମହିଳା ପୋଲିସ ଅଧିକାରୀ ସମ୍ମିଳନୀସ୍ଥଳୀ ଉପରେ ନଜର ରଖିଥିଲେ। କିଛି ମହିଳା ଗୋଷ୍ଠୀଙ୍କୁ ସନ୍ଦେହ କରି ସେମାନଙ୍କର ପିଛା କରିବାରୁ ମହିଳାମାନେ ଦଉଡିବାକୁ ଆରମ୍ଭ କରିଥିଲେ। ଏହି ସମୟରେ ସାଦା ପୋଷାକଧାରୀ ପୋଲିସ ମହିଳା ମାନଙ୍କୁ କାବୁ କରିନେଇଥିଲେ। ପାଞ୍ଚ ଜଣ ମହିଳାଙ୍କୁ ସନ୍ଦେହରେ ପୋଲିସ ଥାନାକୁ ପଚରାଉଚରା କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.