ସ୍କୁଲ ପହଞ୍ଚି ଭାବୁକ ହୋଇଥିଲେ IAS ଶୁଭମ, ଶିକ୍ଷକଙ୍କ ପାଦ ଛୁଇଁ ମାଗିଥିଲେ ଆଶିଷ, ଜାଣନ୍ତୁ ତାଙ୍କ ସଫଳତାର କାହାଣୀ…

Published By : Prameya-News7 Bureau | September 29, 2021 IST

ବିହାର ୨୯/୦୯: ଆଇଏଏସ୍ ପରୀକ୍ଷାରେ ଟପ୍ କରିବା ପରେ ବି ସର୍ବଭାରତୀୟ ସ୍ତରରେ ଶୀର୍ଷରେ ରହିବା ପରେ ପ୍ରଥମଥର ପାଇଁ  ଶୁଭମ କୁମାର ତାଙ୍କ ସ୍କୁଲ କୁ ଯାଇଥିଲେ । ସ୍କୁଲରେ ପହଞ୍ଚିବା ପରେ ସେ ଭାବୁକ ହୋଇଯାଇଥିଲେ। ସେଠାରେ ପହଞ୍ଚି ଗାଡ଼ିରୁ ଓଲ୍ହାଇ ସେ ପ୍ରଥମେ ଶିକ୍ଷକଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ। ଏହାସହ ସ୍କୁଲରେ ବିତାଇଥିବା ମୁହୁର୍ତ୍ତ ଗୁଡ଼ିକୁ ମନେ ପକାଇିଥିଲେ ।

ଗତ ସୋମବାର ସଂଧ୍ୟାରେ  ବିହାର ପୂର୍ଣ୍ଣିଆର ଏକ ସ୍କୁଲରେ ଦେଖିବାକୁ ମିଳିଥିଲା ଏମିତି କିଛି ଦୃଶ୍ୟ । ସ୍କୁଲର ଛାତ୍ର,ଶିକ୍ଷକ,ଡାଇରେକ୍ଟର, ପ୍ରିନ୍ସିପାଲ ଶୁଭମଙ୍କୁ ଫୁଲମାଳ ପିନ୍ଧାଇ ବିଦ୍ୟାଳୟ କୁ ସ୍ୱାଗତ କରିଥିଲେ । ସେ ସ୍କୁଲରେ ପହଞ୍ଚିବା ପରେ ବ୍ୟାଣ୍ଡପାର୍ଟି ବାଜିବା ସହ ଶିକ୍ଷକମାନେ ତାଙ୍କୁ ଚନ୍ଦନ ଦେଇ, ଆଳତି କରି ତାଙ୍କର ସ୍ୱାଗତ କରିଥିଲେ। ସ୍କୁଲ୍ ର ପ୍ରଧାନ ଶିକ୍ଷକ ପ୍ରଥମେ ଶୁଭମଙ୍କୁ ତାଙ୍କ ଚାମ୍ୱରକୁ ନେଇଥିଲେ। ତା ପରେ ତାଙ୍କ ହାତ ଧରି ମଞ୍ଚ ପର୍ଯ୍ୟନ୍ତ ନେଇଯାଇଥିଲେ ।

ମଞ୍ଚକୁ ଯିବା ସମୟରେ ଛାତ୍ରଛାତ୍ରୀ ମାନେ ମଞ୍ଚକୁ ଯିବା ସମୟରେ ତାଙ୍କ ଉପରେ କରିଥିଲେ ଫୁଲ ବର୍ଷା କରିଥିଲେ। ଜଣେ ସାଧାରଣ ଛାତ୍ରରୁ କିଭଳି ଜଣେ ଆଇଏଏସ ଟପ୍ପର ହେଲେ ତାହା ବଖାଣିଥିଲେ ଶୁଭମ ।  ସେ କହିଛନ୍ତି ଷଷ୍ଠ ଶ୍ରେଣୀରେ ମୁଁ ଏଠାରେ ଏଡମିଶନ କରିଥିଲି। ସେହି ସମୟରେ ସେ 'ସି' ସେକ୍ସନ ରେ ପଢୁଥିଲେ। କିନ୍ତୁ ସପ୍ତମ ଶ୍ରେଣୀରେ ସେ 'ଏ' ସେକ୍ସନ କୁ ଆସିଲେ।

ସେ ତାଙ୍କ କଠିନ ଅଧ୍ୟବସାୟ ବଳରେ ଶ୍ରେଣୀରେ ସେତେବେଳେ ଦ୍ୱିତୀୟ ହୋଇଥିଲେ ବୋଲି କହିଛନ୍ତି। ସେ ତାଙ୍କ ସ୍କୁଲର ପୁରାତନ ଶିକ୍ଷକ, ଅଧ୍ୟାପକ ଓ ବନ୍ଧୁମାନଙ୍କୁ  ତାଙ୍କ ସଫଳତାର ଶ୍ରେୟ ଦେଇଛନ୍ତି । ଶୁଭମ କହିଛନ୍ତି ତାଙ୍କୁ ପଢ଼ାଇ ଥିବା ବାସୁଦେବନ ସାର ଯଦି ଥାଆନ୍ତେ ସେ ଆଜି ବହୁତ ଖୁସି ହୋଇଥାଆନ୍ତେ। ସେ ୨୦୧୨ ରେ ସେହି ବିଦ୍ୟାଳୟରୁ ମେଟ୍ରିକ ପାସ କରିଠଥିଲେ।

ତା ପରେ ଉଚ୍ଚଶିକ୍ଷା ପାଇଁ ସେ ବୋକାର ଯାଇଥିଲେ। ତା ପରେ ସେ ଆଇଆଇଟି ପଢ଼ିଥିଲେ। ଏହାପରେ ସେ ୨୦୧୯ ରେ ଆଇଏଏସ ପରୀକ୍ଷା ଦେଇ ୨୯୦ ରାଙ୍କରେ ଥିଲେ। କିନ୍ତୁ ସେଥିରେ ସେ ସନ୍ତୁଷ୍ଟ ନଥିଲେ। ତାଙ୍କର ଜିଦ୍ ଏବଂ ଇଚ୍ଛା ଶକ୍ତି ପାଇଁ ସେ ଟପ୍ପର ରାଙ୍କରେ ପହଞ୍ଚି ପାରିଛନ୍ତି । ସେ ଛାତ୍ର ଛାତ୍ରୀଙ୍କୁ କହିଥିଲେ ଯଦି ଗୋଟିଏ ଲକ୍ଷ ପାଇଁ ପରିଶ୍ରମ କରିବ କୌଣସି ଜିନିଷ ଅସମ୍ଭବ ରହିବ ନାହିଁ । 

ଏହି ଅବସରରେ ସେ ତାଙ୍କ ସ୍କୁଲ ସଚିବ ରମେଶ ମିଶ୍ର ଓ ରାଜେଶ ମିଶ୍ରଙ୍କ ସହଯୋଗକୁ ବହୁତ ପ୍ରଶଂସା କରିଛନ୍ତି । ଶୁଭମ କହିଥିଲେ ୨୦୧୯ବ୍ୟାଚର ଆଇଏଏସ ନିଶାନ୍ତ ବିବେକଙ୍କ ଠାରୁ ଅଧୀକ ସମର୍ଥନ ତାଙ୍କ ସାଙ୍ଗ ତଥା ଠାରୁ ତାଙ୍କୁ ମିଳିଛି। ସ୍କୁଲରେ ସେ ଓ ତାଙ୍କ ସାଙ୍ଗ ନିଶାନ୍ତ ଗୋଟିଏ କୋଠରୀ ରେ ରହୁଥିଲେ। ନିଶାନ୍ତ ସେତେବେଳେ ତାଙ୍କ କ୍ଲାସ ରେ ଟପ୍ପର ହେଉଥିଲେ।

ତାଙ୍କ ସଫଳତାର ଯାତ୍ରାରେ ନିଶାନ୍ତ ତାଙ୍କୁ ବହୁତ ସାହାଯ୍ୟ କରିଥିବା ସେ କହିଛନ୍ତି। ପୁଣି ୨୦୧୯ ରେ ସେ ଓ ନିଶାନ୍ତ ଏକାସହିତ ଆଇଏଏସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ। ବିଦ୍ୟାବିହାର ସ୍କୁଲରେ ନିଶାନ୍ତ ଏବଂ ଶୁଭମଙ୍କୁ ଏକାସହ ସ୍ୱାଗତ କରାଯାଇଥିଲା। ଏହା ଦେଖି ସ୍କୁଲର ଛାତ୍ରଛାତ୍ରୀ ମାନେ  ଗୌରବାନ୍ୱିତ ମନେ କରୁଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.