ବର୍ଷା ଯୋଗୁଁ ପୁରୀକୁ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ

Published By : Prameya-News7 Bureau | August 07, 2018 IST

ପୁରୀରେ ପ୍ରବଳ ବର୍ଷା ଯୋଗୁଁ ପୁରୀକୁ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଖୋର୍ଦ୍ଧାରୋଡ୍-ପୁରୀ ପାସେଞ୍ଜର, ପୁରୀ-ଗୁଣୁପୁର ପାସେଞ୍ଜରକୁ ଆଜି ବାତିଲ କରିଦିଆଯାଇଛି ।ପୁରୀ ଷ୍ଟେସନରେ ପାଣି ଜମି ରହିଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି । ସେହିଭଳି ତାଳଚେର-ପୁରୀ ପାସେଞ୍ଜର ପୁରୀ ବଦଳା ମାଳତିପାଟପୁର ପର୍ଯ୍ୟନ୍ତ ଯିବ ।ଅନୁଗୁଳ-ପୁରୀ ପାସେଞ୍ଜର ପୁରୀ ବଦଳା ସାକ୍ଷୀଗୋପାଳ ପର୍ଯ୍ୟନ୍ତ ଯିବ। ସମ୍ବଲପୁର-ପୁରୀ ଇଣ୍ଟରସିଟି ପୁରୀ ବଦଳା ଖୋର୍ଦ୍ଧାରୋଡ୍ ଠାରେ ଅଟକି ଯିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି । ପୁରୀ-ସନ୍ତ୍ରାଗାଚ୍ଛି ପାସେଞ୍ଜର, ପୁରୀ-ତାଳଚେର ପାସେଞ୍ଜର ଓ ପୁରୀ-ସମ୍ବଲପୁର ଇଣ୍ଟରସିଟି ପୁରୀ ବଦଳା ଖୋର୍ଦ୍ଧାରୋଡ୍ ରୁ ଛାଡିବ । ପୁରୀ-ଅନୁଗୁଳ ପାସେଞ୍ଜର ପୁରୀ ବଦଳା ସାକ୍ଷୀଗୋପାଳରୁ ଛାଡିବ । ପୁରୀ ଷ୍ଟେସନରୁ ପୁରୀ-ନୂଆଦିଲ୍ଲୀ ନୀଳାଚଳ ଏକ୍ସପ୍ରେସ ଦିନ ୧ଟା ୫୫ମିନିଟରେ ଏବଂ ପୁରୀ-ହାଓ୍ବଡା ଧଉଳି ଏକ୍ସପ୍ରେସ୍ ଦିନ ୨ଟା ୪୫ମିନିଟରେ ଛାଡିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.