ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ...

Published By : Prameya-News7 Bureau | December 04, 2022 IST

ପୁରୀ ୦୪।୧୨ : ପୁରୀ ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା ।  ଭୁଲ୍‌ ମାଗିବା ସହ ୟୁଟ୍ୟୁବ୍‌ ସାଇଡ୍‌ରୁ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର ଯୁବକ । ଏହାସହ ହାଡଯୋଡି ମଧ୍ୟ କ୍ଷମା ମାଗିଛନ୍ତି । ମୁଁ ଅଜ୍ଞାତରେ ଏପରି କାମ କରିଛି ବୋଲି ମଧ୍ୟ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ପୁରୀ ଶ୍ରୀମନ୍ଦିର ଉପରେ ଉଡିଲା ଡ୍ରୋନ୍ । ୟୁଟ୍ୟୁବରେ ଭାଇରାଲ ହୋଇଥିଲା ଡ୍ରୋନରେ ନିଆଯାଇଥିବା ଶ୍ରୀମନ୍ଦିର ଭିଡିଓ । ଜଣେ ବଙ୍ଗୀୟ ୟୁଟ୍ୟୁବର ନିଜ ୟୁଟ୍ୟୁବରେ ଭିଡିଓ ଅପଲୋଡ଼ କରି ଭାଇରାଲ୍ କରିଛି । ୟୁନିଫାଏଡ୍ ନାମକ ଏକ ୟୁଟ୍ୟୁବ ଚ୍ୟାନେଲରେ ଏହି ଭିଡିଓ ଅପଲୋଡ଼ କରାଯାଇଥିଲା । ଯାହାପରେ ଆରମ୍ଭ ହୋଇଥିବା ବିବାଦ ।

ଶ୍ରୀମନ୍ଦିର ଉପରେ ନୋ ଫ୍ଲାଇଙ୍ଗ ଜୋନ୍‌ ହୋଇଥିବା ସତ୍ତ୍ୱେ ଜଣେ କିପରି ଡ୍ରୋନ୍‌ ଉଡାଇଲେ । ଯାହାକୁ ନେଇ ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଘଟଣାର ତଦନ୍ତ ହୋଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦିଆଯାଇଥିଲା । ହେଲେ ରବିବାର ଦିନ ୟୁନିଫାଏଡ ୟୁଟ୍ୟୁବ୍‌ ଚ୍ୟାନେଲ୍‌ରେ ନିଜର ଏକ ଭିଡିଓ ଅପଲୋଡ କରିଥିଲେ । ଏଥିରେ ହାତଯୋଡ଼ କ୍ଷମା ମାଗିବା ସହ ଅଜ୍ଞାତରେ ଏପରି ଭୁଲ୍‌ କରିଛି ବୋଲି କହିଛନ୍ତି ୟୁଟ୍ୟୁବର । ତୁରନ୍ତ ଏହି ଭିଡିଓକୁ ଡିଲିଟ୍‌ କରିଦେଉଛି । ଏପିରିକି କୌଣସି କିମ୍ବା ସଂସ୍ଥାକୁ ଏହି ଭିଡିଓ ଦେଇନାହିଁ ବୋଲି କହିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.