ଆସନ୍ତାକାଲି ପୁରୀ ବନ୍ଦ, ଜଗନ୍ନାଥ ସେନା ଓ ସେବାୟତ ସମାଜ ପକ୍ଷରୁ ୮ ଦଫା ଦାବି ନେଇ ବନ୍ଦ ଡାକରା ଦିଆଯାଇଛି
3/10/2018 at 2:44 AM

ଆସନ୍ତାକାଲି ପୁରୀ ବନ୍ଦ । ଜଗନ୍ନାଥ ସେନା ସହ କଂଗ୍ରେସ, ବିଜେପି ଓ ସେବାୟତ ସମାଜ ପକ୍ଷରୁ ଏହି ଡାକରା ଦିଆଯାଇଛି । ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ, ନୀରିହ ଜନତା ଏବଂ ସାମ୍ବାଦିକଙ୍କ ଉପରେ ମାଡ଼, ବ୍ରହ୍ମ ବିଭ୍ରାଟ ରିପୋର୍ଟ ସାର୍ବଜନୀନ ନକରିବା ପ୍ରତିବାଦରେ ୮ ଦଫା ଦାବି ନେଇ ଏହି ବନ୍ଦ ଡାକରା ଦିଆଯାଇଛି । ରେଳସେବା, ମେଡିକାଲ୍ ଏବଂ ଶ୍ରୀମନ୍ଦିର ସେବାକୁ ବନ୍ଦରୁ ବାଦ୍ ଦିଆଯାଇଛି । ଆଜି ଏହି ସବୁ ଦାବି ନେଇ ବିଭିନ୍ନ ସଂଗଠନ ପକ୍ଷରୁ ପୁରୀ ବଡ଼ଦାଣ୍ଡ ଓ ସିଂହଦ୍ବାର ସାମ୍ନାରେ ଧାରଣା, ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସାମ୍ନାରେ ପ୍ରଶାସନର କୁଶ ପୁତ୍ତଳିକା ଦାହ କରାଯାଇଥିଲା ।
Related Posts
କୋରାପୁଟ ପୋଲିସକୁ ସଫଳତା, ବନ୍ଧା ହେଲା ମୋବାଇଲ୍ ଲୁଟେରା, ୫୧ଟି ଫୋନ୍ ଜବତ
27 January 2023