ପୁରୀରେ ଶ୍ରୀମନ୍ଦିରର ସେବାୟତଙ୍କୁ ସୁରକ୍ଷା କର୍ମୀଙ୍କ ମାଡ଼ ଅଭିଯୋଗ

Published By : Prameya-News7 Bureau | December 27, 2018 IST

ପୁରୀ ୨୭/୧୨: ଶ୍ରୀମନ୍ଦିରର ସେବାୟତଙ୍କୁ  ସୁରକ୍ଷା କର୍ମୀଙ୍କ ମାଡ଼ ଅଭିଯୋଗ । ବଙ୍ଗାଳି  ଭକ୍ତଙ୍କୁ ଶ୍ରୀମନ୍ଦିର ଭିତରକୁ ନେବାବେଳେ ସେମାନଙ୍କୁ ବିଦେଶୀ ଭକ୍ତ ସନ୍ଦେହ କରି ସୁରକ୍ଷା କର୍ମୀ ମାନେ ସିଂହ ଦ୍ବାର ନିକଟରେ ଅଟକାଇଥିଲେ ।

{"id":67868}

ତେବେ ସେମାନଙ୍କୁ  ମନ୍ଦିର ଭିତରକୁ ନେଇ ଯାଉଥିବା ଭିତରଛ ମହାପାତ୍ର ଭବାନୀ  ମହାପାତ୍ର ଓ ୨ସୁରକ୍ଷା କର୍ମୀଙ୍କ ମଧ୍ୟରେ ଯୁକ୍ତି ତର୍କ ପରେ ହାତାହାତି ହୋଇଥିଲେ ।  ୨ସୁରକ୍ଷା କର୍ମୀ ଜଣେ ସେବାୟତ  ଜଣଙ୍କୁ ନିର୍ଦ୍ଧୁମ ପିଟିଥିବା ଅଭିଯୋଗ ହୋଇଛି ।  ସୁରକ୍ଷା କର୍ମୀଙ୍କ ମାଡରେ  ଭବାନୀ ମହାପାତ୍ର ଆହତ ହୋଇଛନ୍ତି । ତାଙ୍କୁ ପୁରୀ ସଦର ମେଡିକାଲରେ ଭର୍ତ୍ତି କରାଯାଇଛି । ଭବାନୀଙ୍କ ପରିବାର ପକ୍ଷରୁ ସିଂହଦ୍ବାର ଥାନାରେ  ମାମଲା ରୁଜୁ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.