Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ରଥଯାତ୍ରାରେ ମହାପ୍ରଭୁ ବାହାରିଲା ପରେ ଆରମ୍ଭ ହେବ ଶ୍ରୀମନ୍ଦିର ମରାମତି କାର୍ଯ୍ୟ

13/06/2019 at 10:12 AM

ପୁରୀ ୧୩|୬: ମହାପ୍ରଭୁ ରଥଯାତ୍ରାରେ ବାହାରିଲା ପରେ ଆରମ୍ଭ ହେବ ଶ୍ରୀମନ୍ଦିର ମରାମତି କାର୍ଯ୍ୟ ।  ଶ୍ରୀମନ୍ଦିର ପ୍ରଶାସନ ଏହି  ନିଷ୍ପତ୍ତି ନେଇଛି। ଏଏସ୍ ଆଇ ଓ ପୂର୍ତ୍ତ ବିଭାଗକୁ ସେହି ଅନୁଯାୟୀ ପ୍ରସ୍ତୁତି ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ୫ରୁ କାମ  ଆରମ୍ଭ ହୋଇ ୧୪ରେ ସରିବ।   ଏଏସ୍ ଆଇ ଓ ପୂର୍ତ୍ତ ବିଭାଗ ସହ ଶ୍ରୀମନ୍ଦିର ପ୍ରଶାସନର ହୋଇଥିବା  ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକର ନିଷ୍ପତ୍ତି ଅନୁଯାୟୀ ୪ ତାରିଖରେ ଶ୍ରୀଜିଉ ରଥାରୁଢ଼ ହେଲା ପରେ ମରାମତି ପ୍ରକ୍ରିୟା ଆରମ୍ଭ ହେବ। ୫ ଓ ୬ ତାରିଖରେ ଏଏସ୍ ଆଇର ବିଶେଷଜ୍ଞ, ଅଧିକାରୀ, ପୂର୍ତ୍ତ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ଟିମ୍ ମନ୍ଦିର ଭିତରେ ଯାଞ୍ଚ୍ କରିବ।  ନୀଳଚକ୍ରରେ ଥିବା ମରାମତି କାର୍ଯ୍ୟ ସହ ନାଟ୍ୟମଣ୍ଡପ, ଜଗମୋହନ, ଗର୍ଭଗୃହ, ରୋଷଘର ଆଦି ତନ ତନ କରି ଯାଞ୍ଚ୍ ହେବ। ଯେଉଁଠି ମରାମତି ଆବଶ୍ୟକ ଥିବ, ତାହାର ସମ୍ପୂର୍ଣ୍ଣ ତାଲିକା ପ୍ରସ୍ତୁତ କରାଯିବ। ୭ ତାରିଖରେ ହିଁ କାମ ଆରମ୍ଭ ହେବ। ମରାମତି କାର୍ଯ୍ୟ ସହ ବିଦ୍ୟୁତ ଭିତ୍ତିଭୂମିର ମରାମତି କାର୍ଯ୍ୟ ମଧ୍ୟ କରାଯିବ। ୧୪ ତାରିଖ ସୁଦ୍ଧା ସମସ୍ତ କା ର୍ଯ୍ୟ ଶେଷ ହେବ। ୧୫ ତାରିଖ ନୀଳାଦ୍ରିବିଜେ ପୂର୍ବରୁ ଏଏସ୍ ଆଇ ସମସ୍ତ କାର୍ଯ୍ୟ ଶେଷ କରି ଶ୍ରୀମନ୍ଦିର ପ୍ରଶାସନକୁ ରିପୋର୍ଟ ଦେବ। ସେହିପରି ଫନି ପ୍ରଭାବରେ ଭାଙ୍ଗିଯାଇଥିବା ଜୟ-ବିଜୟ ମୂର୍ତ୍ତିଙ୍କୁ ଜୁଲାଇ ୧୬ ତାରିଖରେ ଏଏସ୍ ଆଇ ସ୍ଥାପନ କରିବ ବୋଲି ସ୍ଥିର ହୋଇଛି।

   Related Posts