ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର !

Published By : Prameya-News7 Bureau | November 20, 2019 IST

ପୁରୀ ୨୦।୧୧: ଖୋଲିପାରେ ଶ୍ରୀମନ୍ଦିର ରତ୍ନଭଣ୍ଡାର। ଶ୍ରୀମନ୍ଦିର ମାମଲାରେ ସୁପ୍ରିମକୋର୍ଟଙ୍କ ମଧ୍ୟବର୍ତ୍ତୀକାଳୀନ ଆଦେଶ ପରେ ଭିତର ରତ୍ନଭଣ୍ଡାର ଖୋଲିବା ନେଇ ପୁଣିଥରେ ଆରମ୍ଭ ହୋଇଛି ଚର୍ଚ୍ଚା। ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟଙ୍କ ସହ ଭକ୍ତ ଓ ସେବାୟତ ଭିତର ରତ୍ନଭଣ୍ଡାର ଖୋଲିବା ନେଇ ଯୁକ୍ତି ବାଢ଼ିଛନ୍ତି। ଅନ୍ୟପଟରେ ଶ୍ରୀମନ୍ଦିର ପରିଚାଳନା କମିଟିର ନିଷ୍ପତ୍ତି ପରେ ହିଁ ଭିତର ରତ୍ନଭଣ୍ଡାର କେବେ ଓ କିଭଳି ଖୋଲାଯିବ ତାହା ସ୍ପଷ୍ଟ ହେବ।

{"id":187165,"sizeSlug":"large"}

ସୁପ୍ରିମକୋର୍ଟ ନିଜ ମଧ୍ୟବର୍ତ୍ତୀକାଳୀନ ଆଦେଶରେ ମହାପ୍ରଭୁଙ୍କ ଅଳଙ୍କାର ପରି ଅସ୍ଥାବର ସମ୍ପତିର ତାଲିକା, ଏହାର ମୂଲ୍ୟ ଏବଂ ଶ୍ରୀମନ୍ଦିର ରତ୍ନଭଣ୍ଡାର ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଅନୁଧ୍ୟାନ କରି ଆସନ୍ତା ଜାନୁଆରୀ ୮ ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଜାରି କରିଛନ୍ତି । ଗତ ସେପ୍ଟେମ୍ବର ୧୭ ତାରିଖରେ ରତ୍ନଭଣ୍ଡାର ଖୋଲିବା ନେଇ ଆଇନ୍ ଛାତ୍ର ରାଜ୍ୟପାଳଙ୍କୁ ଚିଠି ଲେଖିଥିଲେ। ରାଜ୍ୟପାଳଙ୍କ କାର୍ଯ୍ୟାଳୟରୁ ସେପ୍ଟେମ୍ବର ୧୯ ତାରିଖରେ ଆଇନ ବିଭାଗକୁ ଚିଠି ଲେଖାଯାଇଥିଲା।

{"id":187166,"sizeSlug":"large"}

ସୁପ୍ରିମକୋର୍ଟଙ୍କ ଆଦେଶ ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଭିତର ରତ୍ନଭଣ୍ଡାର ଖୋଲିବା ନେଇ ଏକ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଥିବା ନେଇ ଆଭାସ ମିଳୁଛି। ଏଭଳିକି ନିକଟରେ ପୁରୀରେ ଐତିହ୍ୟ ସମୂହର ସୁରକ୍ଷା ନେଇ ସାତଟି ଦେଶର ବିପର୍ଯ୍ୟୟ ପରିଚାଳନା ବୈଠକରେ ମଧ୍ୟ କେନ୍ଦ୍ର ସରକାରଙ୍କ ଜଣେ ଅଧିକାରୀ ସଂକ୍ଷିପ୍ତ ଅନୌପଚାରିକ ବିବୃତି ଦେଇଥିଲେ।

{"id":187167,"sizeSlug":"large"}

ରତ୍ନଭଣ୍ଡାର ଚାବି ହଜିବା ପରେ ବିଚାର ବିଭାଗୀୟ ତଦନ୍ତ କମିଟି ଗଠନ କରାଯାଇଥିଲା। ତଦନ୍ତ କମିଟି ରିପୋର୍ଟ ଗୃହ ବିଭାଗ ଅଧିନରେ ରହିଛି। ରତ୍ନଭଣ୍ଡାର ଦୁର୍ବଳ ହୋଇପଡ଼ିଥିବାରୁ ଏହାର ସ୍ଥିତି ଯାଞ୍ଚ ପାଇଁ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ସବ୍ କମିଟି ଗଠନ କରିଥିଲେ। କମିଟି ଯାଞ୍ଚ ସମୟରେ ରତ୍ନଭଣ୍ଡାର ଭିତରକୁ ଯାଇପାରିନଥିଲେ। ପରେ ଚାବି ହଜିଯାଇଥିବା ଜଣାପଡ଼ିଥିଲା।

{"id":187168,"sizeSlug":"large"}

ତେବେ ପରେ ଏହି ଚାବି ଜିଲ୍ଲାପାଳଙ୍କ ରେକର୍ଡ଼ ରୁମରୁ ବାହାରିଥିଲା। ସୁପ୍ରିମକୋର୍ଟଙ୍କ ଆଦେଶ ପରେ ଭିତର ରତ୍ନଭଣ୍ଡାର ଖୋଲି ୮୩୭ ପ୍ରକାର ଅଳଙ୍କାରର ଇନଭେଣ୍ଟରୀ କରିବା ପାଇଁ ଭକ୍ତ ମାନେ ଦାବି କରିଛନ୍ତି। ଶ୍ରୀମନ୍ଦିର ପରିଚାଳନା କମିଟିର ନିଷ୍ପତ୍ତି ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶ୍ରୀମନ୍ଦିର ନୀତି ପ୍ରଶାସକ କହିଛନ୍ତି।

{"id":187169,"sizeSlug":"large"}

୧୯୭୮ ରେ ରାଜ୍ୟ ସରକାର ଶ୍ରୀମନ୍ଦିର ଦାୟିତ୍ବ ନେବା ପରେ ପ୍ରଥମ କରି ଭିତର ରତ୍ନଭଣ୍ଡାର ଅଳଙ୍କାର ତାଲିକା ପ୍ରସ୍ତୁତ ହୋଇଥିଲା। ପରେ ୧୯୮୫ରେ ଭିତର ରତ୍ନଭଣ୍ଡାର ଖୋଲାଯାଇଥିଲେ ମଧ୍ୟ ଅଳଙ୍କାର ଗଣତି ହୋଇପାରିନଥିଲା। ଶ୍ରୀମନ୍ଦିର ଆଇନ୍ ଅନୁଯାୟୀ ପ୍ରତି ତିନିବର୍ଷରେ ଭିତର ରତ୍ନଭଣ୍ଡାର ଖୋଲାଯିବା କଥା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ପରବର୍ତ୍ତୀ ପରିଚାଳନା କମିଟିର ବୈଠକ ପରେ ଭିତର ରତ୍ନଭଣ୍ଡାର ଖୋଲିବା ନେଇ ଆଲୋଚନା ହେବାର ଯଥେଷ୍ଟ ସମ୍ଭାବନା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.