ପୁଣି ସୋସିଆଲ ମିଡିଆରେ ଭାଇରାଲ ହେଲା ଶ୍ରୀମନ୍ଦିର ଭିତରର ଫଟୋ ; ସିଂହଦ୍ବାର ଥାନାରେ ଏତଲା

Published By : Prameya-News7 Bureau | November 09, 2018 IST

ପୁରୀ ୯|୧୧:  ପୁଣି ଶ୍ରୀମନ୍ଦିର ଭିତରର ଫଟୋ ସୋସିଆନ ମିଡିଆରେ ଭାଇରାଲ ହୋଇଛି। ମନ୍ଦିରର ପରିସର ସହିତ କୋଇଲି ବୈକୁଣ୍ଠ ଓ ରୋଷଶାଳାରେ ଫଟୋ ଜଣେ ପର୍ଯ୍ୟଟକ ସୋସିଆଲ ମିଡିଆରେ ଅପଲୋଡ କରିଥିବା ଦେଖିବାକୁ ମିଳିଛି।  ଏହି ପର୍ଯ୍ୟଟକ ହେଲେ ହିତେଶ ସୋନାନି। ତାଙ୍କ ସୋସିଆଲ ମିଡିଆ ପେଜରେ ଏସବୁ ଫଟୋ ସହିତ ଗୁଜରାଟରୁ ଆସିଥିବା କିଛି ପର୍ଯ୍ୟଟକଙ୍କ ଗ୍ରୁପ ଫଟୋ ଦେଖିବାକୁ ମିଳିଛି । ଜିଲ୍ଲା ସୂଚନା ଅଧିକାର ତରଫରୁ ଫଟୋ ଭାଇରାଲ୍ ନେଇ ଏତଲା ଦିଆଯାଇଛି। ମନ୍ଦିର ଭିତର ଫଟୋ ଭାଇରାଲ କରିଥିବା ହିତେଶ ସୋନାନିଙ୍କ ଗିରଫ ଦାବି କରିଛନ୍ତି ଜିଲ୍ଲା ସୂଚନା ଅଧିକାର। ଏ ନେଇ ସିଂହଦ୍ବାର ଥାନାରେ ଏତଲା ଦିଆଯାଇଛି। ତେବେ ହିତେଶ ଜଣେ ଇସ୍କନ ଭକ୍ତ। ଠାକୁରଙ୍କ ପ୍ରଚାର ପ୍ରସାର କରିବା ପାଇଁ ପରିବାର ଲୋକଙ୍କ ସହ ସେ ପୁରୀ ଆସିଥିଲେ ବୋଲି କହିଛନ୍ତି ତାଙ୍କ ସଂପର୍କୀୟ। କିଛି ଦିନ ତଳେ ଜଣେ ବିମାନ କର୍ମଚାରୀ ମଧ୍ୟ ଶ୍ରୀମନ୍ଦିର ଭିତର ବେଢାର ଫଟୋ ସୋସିଆଲ ମିଡିଆରେ ଅପଲୋଡ କରିଥିବା ଅଭିଯୋଗ ହୋଇଥିଲା। ତେବେ ଏହି ଘଟଣାକୁ ୪ ଦିନ ବିତିନି ପୁଣି ଜଣେ ପର୍ଯ୍ୟଟକଙ୍କ ବିରୋଧରେ ସମାନ ଅଭିଯୋଗ ଆସିଛି। କଥା ହେଉଛି ଶ୍ରୀମନ୍ଦିର ଭିତରକୁ କ୍ୟାମେରା କିମ୍ବା ମୋବାଇଲ ନେବା ମନା ହୋଇଥିଲେ ମଧ୍ୟ ପର୍ଯ୍ୟଟକମାନେ ଭିତରେ କେମିତି ଫଟୋ ଉଠାଉଛନ୍ତି ସେନେଇ ପ୍ରଶ୍ନ ଉଠିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.