ସୁପ୍ରିମକୋର୍ଟ ଜବାବ ପାଇଁ ଗଠନ ହେଲା ସ୍ବତନ୍ତ୍ର କମିଟି
18/08/2018 at 10:56 AM

ପୁରୀ ୧୮/୮ : ପୁରୀ ଶ୍ରୀମନ୍ଦିର ସଂସ୍କାର ପ୍ରସଙ୍ଗରେ ବସିଥିବା ପରିଚାଳନା କମିଟି ବୈଠକ ଶେଷ ହୋଇଛି । ସୁପ୍ରିମକୋର୍ଟଙ୍କ ୧୨ଟି ଆଦେଶରୁ ୩ଟି ଉପରେ ତର୍ଜମା ପାଇଁ ଗଠନ ହେଲା ସ୍ବତନ୍ତ୍ର କମିଟି । ଏହି କମିଟି ବଂଶାନୁକ୍ରମିକ ସେବା, ଦାନ ଦକ୍ଷିଣା ପ୍ରସଙ୍ଗରେ ଅନୁଧ୍ୟାନ କରିବ । ଶ୍ରୀମନ୍ଦିର ଆଇନ ସଂସ୍କାର ପ୍ରସଙ୍ଗ ତର୍ଜମା କରିବା ପାଇଁ ସ୍ବତନ୍ତ୍ର କମିଟି ଗଠନ । ଏହି ସ୍ବତନ୍ତ୍ର କମିଟିର ଅଧ୍ୟକ୍ଷ ରହିବେ ଗଜପତି ମହାରାଜା । ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପି ପ୍ରମୁଖ କମିଟି ସଦସ୍ୟ ରହିବେ । ୮ଶହ ବର୍ଷର ପରମ୍ପରା, ତର୍ଜମା କରି ରିପୋର୍ଟ ଦେବାକୁ ସୁପ୍ରିମକୋର୍ଟଙ୍କୁ ଆଉ କିଛି ଦିନ ସମୟ ମଗାଯିବ । ରୋଷ ଶାଳା, ଆନନ୍ଦବଜାରର ଉନ୍ନତି ପାଇଁ ସବ୍ କମିଟି ଗଠନ ହେବ ।ଏହି ସବ୍ କମିଟିରେ ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ସୁଆର ମହାସୁଆର ନିଯୋଗ ପ୍ରତିନିଧି ରହିବେ ।ସେବାୟତ, ଯାତ୍ରୀ ସହାୟକଙ୍କ ପାଇଁ ମଧ୍ୟ ପରିଚୟ ପତ୍ର ପାଇଁ ବି ସବ୍ କମିଟି ଗଠନ । ବ୍ରହ୍ମ ବିଭ୍ରାଟର ରିପୋର୍ଟ ମଧ୍ୟ ଦେବ ସବ୍ କମିଟି । ପରିଚାଳନା କମିଟି ବୈଠକରେ ରିପୋର୍ଟର ହେବ ତର୍ଜମା । ବୈଠକରେ ତର୍ଜମା ପରେ ସାର୍ବଜନୀନ ହେବ ବ୍ରହ୍ମ ବିଭ୍ରାଟ ରିପୋର୍ଟ । ସେପ୍ଟେମ୍ବର ଶେଷ ସୁଦ୍ଧା ସାର୍ବଜନୀନ ହୋଇପାରେ ରିପୋର୍ଟ।