ଶ୍ରୀମନ୍ଦିର ପ୍ରତି ବିପଦ ଅଛି, ଜଗମୋହନ ମରାମତି କାମ ଠିକରେ ହୋଇ ନାହିଁ: ଆମିକସକ୍ୟୁରି

Published By : Prameya-News7 Bureau | August 15, 2023 IST

ପୁରୀ: ଶ୍ରୀମନ୍ଦିର ପ୍ରତି ବିପଦ ଅଛି ବୋଲି ହାଇକୋର୍ଟଙ୍କୁ ଅବଗତ କରାଇଛନ୍ତି କୋର୍ଟ ମିତ୍ର ବା ଆମିକସକ୍ୟୁରି ଏନ କେ ମହାନ୍ତି।  ଶ୍ରୀମନ୍ଦିର ଜଗମୋହନ ମରାମତି କାମ ଠିକରେ ହୋଇନାହିଁ। ଏହାର ବିମ୍ କୌଣସି ମୁହୂର୍ତ୍ତରେ ବଡ଼ ଦୁର୍ଘଟଣାର କାରଣ ହୋଇପାରେ ବୋଲି କୋର୍ଟ ମିତ୍ର ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି।  ଆଶ୍ଚର୍ଯ୍ୟର କଥାହେଲା ଉଭୟ ନାଟ ମଣ୍ଡପ ଓ ଜଗମୋହନର ମରାମତି କାମ ଶେଷ ହୋଇଛି ବୋଲି ପୂର୍ବରୁ ସତ୍ୟପାଠ ଜରିଆରେ ହାଇକୋର୍ଟଙ୍କୁ ଅବଗତ କରିସାରିଛି ଏ ଏସ ଆଇ.।

wp:heading {"level":4}

Also read- ପୁରୀରେ ଶ୍ରୀଜଗନ୍ନାଥ ଆନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣ ପାଇଁ ପ୍ରସ୍ତୁତି ଆରମ୍ଭ, ବ୍ୟବସାୟୀ ଓ ଭକ୍ତ ଖୁସି

/wp:heading

ଆସନ୍ତାକାଲି ଶ୍ରୀମନ୍ଦିର ରତ୍ନଭଣ୍ଡାର ଓ ଜଗମୋହନ ସୁରକ୍ଷା ସମ୍ପର୍କିତ ମାମଲାର ଶୁଣାଣି ଥିବା ବେଳେ ଆମିକସକ୍ୟୁରୀ ଏହି ରିପୋର୍ଟ ଦାଖଲ କରିଛନ୍ତି। ସେ ଦେଇଥିବା ନିଜ ଷ୍ଟାଟସ୍ ରିପୋର୍ଟରେ ନାଟ ମଣ୍ଡପର ମୁଖ୍ୟ ବିମଟି ବେଶ ବିପଦଜନକ ଅବସ୍ଥାରେ ଅଛି ଯଦି ଏହାର ତୁରନ୍ତ ମରାମତି ନ ହୁଏ ତେବେ ବଡ ଧରଣର କ୍ଷତି ଘଟିପାରେ ବୋଲି ଯାହା ମନ୍ଦିର ଉପରେ ପ୍ରଭାବ ପକାଇପାରେ। ନାଟମଣ୍ଡପ ଉପର ପାର୍ଶ୍ଵରେ ଥିବା ପଥର ମଧ୍ୟରେ ଫାଙ୍କ ରହିଛି। ଜଗମୋହନ ପାଖେ ଥିବା ମୁଖ୍ୟ ବିମଟି ମଧ୍ୟ ପ୍ରାୟ ନଷ୍ଟ ହୋଇସାରିଛି ଯାହାର ମରାମତି ଆବଶ୍ୟକ। ତେଣୁ ଆମିକସକ୍ୟୁରୀ ଦେଇଥିବା ରିପୋର୍ଟ ଉପରେ ଆବେଦନକାରୀ ହାଇକୋର୍ଟଙ୍କୁ ଦୃଷ୍ଟି ଆକର୍ଷଣ କରିବାକୁ ଆବେଦନ କରିବୁ ବୋଲି କହିଛନ୍ତି ଆଇନଜୀବୀ ଆଲୋକ କୁମାର ମହାପାତ୍ର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.