ପୁରୀରେ ଶାନ୍ତି କମିଟିର ନିଷ୍ପତ୍ତି, ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ବ୍ୟବସ୍ଥା ହେଲା କୋହଳ

Published By : Prameya-News7 Bureau | October 03, 2018 IST

ପୁରୀ ୩/୧୦: ପୁରୀରେ ହିଂସା ଘଟଣାକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଶାନ୍ତି କମିଟି ବୈଠକ ବସିଥିଲା । ଶାନ୍ତି କମିଟି ନିଷ୍ପତ୍ତି ଅନୁସାରେ  ସିଂହଦ୍ବାରରେ ଜାରି ରହିବ ଧାଡ଼ି ଦର୍ଶନ ବ୍ୟବସ୍ଥା । ପୁରୀ ବାସିନ୍ଦାଙ୍କ ପାଇଁ ଧାଡ଼ି ବ୍ୟବସ୍ଥା କୋହଳ ହେବ । ପରିଚୟ ପତ୍ର ଦେଖାଇ ମନ୍ଦିରକୁ ଯାଇପାରିବେ ପୁରୀ ବାସିନ୍ଦା । ଅନ୍ୟ ତିନି ଦ୍ବାର ଦେଇ ସ୍ଥାନୀୟ ଲୋକଙ୍କୁ ଛଡ଼ାଯାଇପାରିବ । ଏହି ବୈଠକରେ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଏସପି, ଆଇଜି ଉପସ୍ଥିତ ଥିଲେ । ଏଥିସହ ୫ ଜଣ ସେବାୟତ ବୈଠକରେ ମଧ୍ୟ ଯୋଗ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.