ବାବର ଥିଲେ ଆତଙ୍କବାଦୀ : ପୁରୀ ଶଙ୍କରାଚାର୍ଯ୍ୟ

Published By : Prameya-News7 Bureau | February 06, 2020 IST

ଭୁବନେଶ୍ବର ୬।୨: ବାବ୍ରି ମସଜିଦକୁ ୫ ଏକର ଜମି ଦିଆଯିବା ପ୍ରସଙ୍ଗକୁ ତୀବ୍ର ବିରୋଧ କରିଛନ୍ତି ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ । ଏପରିକି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବାବର୍ ଭାରତକୁ ଆକ୍ରମଣ କରିଥିଲେ, ଆତଙ୍କବାଦୀ ଥିଲେ । ତାଙ୍କ ନାଁରେ ନିର୍ମାଣ ହୋଇଥିବା ଧର୍ମପୀଠର ପୁନଃନିର୍ମାଣ ପାଇଁ ଜମି ଦିଆଯିବା ଉଚିତ୍ ନୁହେଁ ।

ମସଜିଦ୍ ନିର୍ମାଣ ପାଇଁ ଦାବି କରୁଥିବା ସଙ୍ଗଠନମାନେ ଏହି ଜମିକୁ ବିବେକ ଅନୁଯାୟୀ ଗ୍ରହଣ କରିବା ଅନୁଚିତ୍ । ନରସିଂହ ରାଓ ଏବଂ ବାଜପାୟୀ ସରକାରଙ୍କ ଅମଳରେ ମଧ୍ୟ ମୁଁ ରାମମନ୍ଦିର ପ୍ରସଙ୍ଗରେ ଜମି ବଣ୍ଟାକୁ ବିରୋଧ କରିଥିଲି । ଏବେ ଦର୍ଶନ ବିଜ୍ଞାନ ଏବଂ ବ୍ୟବହାର ଦୃଷ୍ଟିକୋଣରୁ ମୁଁ ଏହାର ପୁନଃବିରୋଧ କରୁଛି ।

ଅଯୋଧ୍ୟାରେ ଯେଉଁ ସମସ୍ୟା ଉପୁଜିଛି ମଥୁରା, କାଶୀ କିମ୍ବା ଅନ୍ୟ ପୀଠ ଗୁଡିକରେ ଅନୁରୂପ ସମସ୍ୟା ଦେଖାଦେଇପାରେ । ବ୍ରିଟିଶ ସରକାରଙ୍କ ଡିଭାଇଡ୍ ଆଣ୍ଡ ରୁଲ୍ ପଲିସିକୁ ବର୍ତ୍ତମାନ ଗ୍ରହଣ କରାଯିବା ଅନୁଚିତ୍ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.