ପୁରୀ ସେବାୟତଙ୍କ ଆକ୍ରମଣର ପ୍ରତିବାଦ, ସାମ୍ବାଦିକଙ୍କ କାର୍ଯ୍ୟାନୁଷ୍ଠାନ ଦାବି

Published By : Prameya-News7 Bureau | June 20, 2023 IST

ଭଦ୍ରକ/ସମ୍ବଲପୁର: ପୁରୀରେ ରଥଯାତ୍ରା ସମୟରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ସାରା ରାଜ୍ୟରେ ପ୍ରତିବାଦର ସ୍ଵର ଦେଖିବାକୁ ମିଳିଛି। ଭଦ୍ରକଠୁ ନେଇ ସମ୍ବଲପୁର ଆଦି ଜିଲ୍ଲା ସାମ୍ବାଦିକ ଓ ବୁଦ୍ଧିଜୀବୀ ମଧ୍ୟ ସେବାୟତଙ୍କର ଏହି କାର୍ଯ୍ୟକୁ ବିରୋଧ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ପୋଲିସ ଯଥା ଶୀଘ୍ର କାର୍ଯ୍ୟାନୁଷ୍ଠାନ ନ ନେଲେ ଆନ୍ଦୋଳନ ଚେତାବନୀ ଦେଇଛନ୍ତି ଭଦ୍ରକ ଜିଲ୍ଲାର କାର୍ଯ୍ୟରତ ସାମ୍ବାଦିକ।  ପୁରୀରେ ସାମ୍ବାଦିକଙ୍କ ଉପରେ ପୂର୍ବରୁ ମଧ୍ୟ ଆକ୍ରମଣ ହୋଇଛି । ବାରମ୍ବାର ଏମିତି ଘଟଣା ଘଟୁଥିବାରୁ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବି କରାଯାଉଛି । ଏଥିସହ ବରିଷ୍ଠ ସାମ୍ବାଦିକ ରବି ଦାସ, ପ୍ରସନ୍ନ ମହାନ୍ତି ମଧ୍ୟ ସାମ୍ବାଦିକଙ୍କ ଉପରେ ସେବାୟତଙ୍କ ଆକ୍ରମଣ ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି । ଦୁଇ ସେବାୟତଙ୍କୁ ତୁରନ୍ତ ଗିରଫ କରିବାକୁ ରବି ଦାସ ଦାବି କରିଛନ୍ତି ।

ପୁରୀରେ ନ୍ୟୁଜସେଭେନ ସାମ୍ବାଦିକଙ୍କୁ  ଆକ୍ରମଣ ଅଭିଯୋଗରେ ସମ୍ବଲପୁରରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। ୨ ଅଭିଯୁକ୍ତ ସେବାୟତଙ୍କ ଗିରଫ ଦାବି କଲେ ସମ୍ବଲପୁରରେ ସାମ୍ବାଦିକ। ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି ସମ୍ବଲପୁରର ସାମ୍ବାଦିକ। ଆଜି ଏହି କାର୍ଯ୍ୟକ୍ରମରେ କଳିଙ୍ଗ ଟିଭି ବ୍ୟୁରୋ ହେଡ ଶ୍ରବଣ ପତି, କନକ ନ୍ୟୁଜ୍ ବ୍ୟୁରୋ ହେଡ ବିଷ୍ଣୁ ପ୍ରସାଦ ଦ୍ଵିବେଦୀ, ଇଟିଭି ଭାରତ ପ୍ରତିନିଧି ଜୁସ୍ମନ ବାଦଶାହ ରଣା, ଅର୍ଗସ ବ୍ୟୁରୋ ହେଡ ମଳୟ ଭୋଇ, ଏମବିସି ପ୍ରତିନିଧି ଅମଳେନ୍ଦୁ ନାୟକ, ସମାଜ ପ୍ରତିନିଧି ବିରାଜ ମିଶ୍ର, କଳିଙ୍ଗ ସମାଚାର ପ୍ରତିନିଧି ମାନସ ସାହୁ, ଓଡିଶା ଭାସ୍କର  ପ୍ରତିନିଧି ନବୀନ ଦାଶ, ଅର୍ଗସ କ୍ୟାମେରାମ୍ୟାନ ଅଜିତ ବନଛୋର ପ୍ରମୁଖ ଉପସ୍ଥିତ ଥିଲେ।

ବିଶ୍ବ ପ୍ରସିଦ୍ଧ ରଥଯାତ୍ରାରେ ଶ୍ରୀମନ୍ଦିର ପରିଚାଳନା କମିଟିର ଦୁଇଜଣ ସେବାୟତ ସଦସ୍ୟଙ୍କ ଦାଦାଗିରି। ରଥ ଆଉଟଡୋର କର୍ଡନ୍ ନିକଟରେ ନ୍ୟୁଜ7‌ ଟିମ୍ ଖବର ସଂଗ୍ରହ କରୁଥିବା ସମୟରେ ଶ୍ରୀମନ୍ଦିର ପରିଚାଳନା କମିଟିର ଦୁଇ ବରିଷ୍ଠ ସେବାୟତ ସଦସ୍ୟ ମାଧବ ମହାପାତ୍ର ଓ ମାଧବ ପୂଜାପଣ୍ଡା ମରଣାନ୍ତକ ଆକ୍ରମଣ କରିଛନ୍ତି।

ନ୍ୟୁଜ7 ବ୍ୟୁରୋ ଚିଫ୍ ଚିତ୍ତରଞ୍ଜନ ମହାନ୍ତି ଓ ଚନ୍ଦ୍ରଶେଖର ପାତ୍ରଙ୍କୁ ନନ୍ଦିଘୋଷ ରଥ ନିକଟରେ ଏହି ଦୁଇ ବରିଷ୍ଠ ସେବାୟତ ସଦସ୍ୟ ଅଶ୍ରବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଧକ୍କା ସଙ୍ଖିଆ ଦେଇ ଜୀବନରେ ମାରିଦେବାକୁ ମଧ୍ୟ ଧମକ ଦେଇଛନ୍ତି। ଘଟଣାକୁ ନେଇ ପୁରୀ ସାମ୍ବାଦିକ ସଂଘ ପକ୍ଷରୁ ସିଂହଦ୍ଵାର ଥାନାରେ ଏତଲା ଦିଆଯାଇଛି। ଆକ୍ରମଣ କରିଥିବା ଦୁଇ ବରିଷ୍ଠ ସେବାୟତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି ଆକ୍ରମଣର ଶିକାର ହୋଇଥିବା ନ୍ୟୁଜ7ର ଦୁଇ ସାମ୍ବାଦିକ। 

wp:heading {"level":4}

ଏ ଖବର ପଢନ୍ତୁ- ଶରଧାବାଲିରେ ପହଞ୍ଚି ପାରିଲାନି ତିନି ରଥ, ଅଧାରେ ଅଟକିଲା ଦର୍ପଦଳଣ ଏବଂ ନନ୍ଦିଘୋଷ

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.