Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ସୁନ୍ଦରଗଡ଼ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା, ପାରିବାରିକ କଳହ ହିଁ ନେଲା ଉଭୟଙ୍କ ଜୀବନ
  • ||
  • କାମାକ୍ଷାନଗର : ଟ୍ରେନ୍ ଲାଇନ୍‌ରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ଟ୍ରେନ୍ ଧକ୍କାରେ ମୃତ୍ୟୁ ସନ୍ଦେହ
  • ||

ପୁରୀରେ ଚାରି ସେବାୟତଙ୍କୁ ସଂଘବଦ୍ଧ ଆକ୍ରମଣ, ୩ ଗୁରୁତର

16/03/2023 at 7:53 AM

ପୁରୀ ୧୬।୦୩ : ପୁରୀରେ ୪ଜଣ ସେବାୟତଙ୍କୁ ସଂଘବଦ୍ଧ ଆକ୍ରମଣ। ପୁରୀ ଟାଉନ ଥାନା ଅନ୍ତର୍ଗତ ଗୁଡିଆ ସାହିରେ ଗଣ୍ଡଗୋଳ। ଭୁଜାଲି ଚୋଟରେ ଜଣେ ସେବାୟତ ଆହତ ହୋଇଥିବା ବେଳେ ଅନ୍ୟ ତିନି ଜଣଙ୍କୁ ଗୋଟାଳିରେ ପିଟିଛନ୍ତି ଆକ୍ରମଣକାରୀ। ଆହତ ସେବାୟତ ମାନେ ହେଉଛନ୍ତି ଗୁଡିଆ ସାହିର ମଧୁସୂଦନ ପତ୍ରୀ, କାଶୀନାଥ ପ୍ରତିହାରୀ, ବଟକୃଷ୍ଣ ମହାପାତ୍ର ଓ ରାଜନ ପୂଜାପଣ୍ଡା। ଚିକିତ୍ସା ପାଇଁ ସମସ୍ତଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ତେବେ ଭୁଜାଲି ଚୋଟରେ ମଧୁସୂଦନଙ୍କ ବାମ ହାତରେ ଗଭୀର ଆଘାତ ଲାଗିଛି। ଖବର ପାଇ ଟାଉନ ଥାନା ପୋଲିସ ଘଟଣାସ୍ଥଳ ଓ ହସ୍ପିଟାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଆକ୍ରମଣକାରୀ ମାନେ ଫେରାର ଥିବା ଜଣାପଡିଛି । ବୁଧବାର ଶଙ୍କରେଶ୍ବର ପୀଠରେ ସେମାନେ ଭୋଜି ସାରି ରାତିରେ ଫେରୁଥିବା ସମୟରେ କାଶୀନାଥଙ୍କ ଘର ସମ୍ମୁଖରେ ପ୍ରାୟ ୧୫ ଜଣ ଯୁବକ ସେମାନଙ୍କୁ ଘେରି ଯାଇ ସଂଘବଦ୍ଧ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ରକ୍ତାକ୍ତ ଅବସ୍ଥାରେ ମଧୂସୁଦନଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ତେବେ ଆକ୍ରମଣକାରୀ ମାନେ ଶ୍ରୀମନ୍ଦିରରେ ଗୁମାସ୍ତା ଭାବେ କାର୍ଯ୍ୟ କରନ୍ତି ବୋଲି ଜଣାପଡ଼ିଛି।

   Related Posts