ପୁରୀ ୨୬।୦୭: ପୁରୀ ବାସେଳିସାହି ହତ୍ୟାକାଣ୍ଡ ଘଟଣା । ମୁଖ୍ୟ ଅଭିଯୁକ୍ତକୁ ଚିହ୍ନଟ କରିଛି ପୋଲିସ । ଅଭିଯୁକ୍ତକୁ ଧରିବାକୁ ୩ଟି ଟିମ୍ ଗଠନ କରାଯାଇଛି । ପୂର୍ବ ଶତୃତାକୁ ନେଇ ହତ୍ୟାକାଣ୍ଡ ଘଟିଥିବା ପ୍ରାରମ୍ଭିକ ତଦନ୍ତର ସୂଚନା ମିଳିଛି । ଖୁବଶୀଘ୍ର ଅଭିଯୁକ୍ତକୁ ଧରାଯିବ ବୋଲି ଅତିରିକ୍ତ ଏସ୍ପି ମିହିର ପଣ୍ଡାଙ୍କ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ, ପୁରୀ ବାସେଳିସାହିରେ ରବିବାର ବିଳମ୍ବିତ ରାତିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହତ୍ୟାକାଣ୍ଡ ଘଟିଛି । ୪ ରୁ ୫ଜଣ ଦୁବୃର୍ତ୍ତଙ୍କ ଖଣ୍ଡା ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ମୃତକ ବାସେଳୀ ସାହି ଥାନା ଅନ୍ତର୍ଗତ ଓଡିଆ ମଠ ନିକଟର ଜିତେନ୍ଦ୍ର ପୁରୋହିତ । ପୋଲିସର ପ୍ରାଥମିକ ତଦନ୍ତ ଅନୁଯାୟୀ ଜିତେନ୍ଦ୍ରଙ୍କ ପରିବାର ସହିତ ବାସେଳୀ ସାହିର କିଛି ଯୁବକଙ୍କ ସହିତ ପୂର୍ବରୁ ଗଣ୍ଡଗୋଳ ହୋଇଥିବା ବେଳେ ଥାନାରେ ଏନେଇ ମାମଲା ରୁଜୁ ହୋଇଥିଲା।ଏହି କାରଣକୁ ନେଇ ଏଭଳି ହତ୍ୟାକାଣ୍ଡ ଘଟିଥିବା ମୃତ ଜିତେନ୍ଦ୍ରଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଘଟଣାକୁ ନେଇ ବାସେଳୀ ସାହି ଥାନା ପୋଲିସ ତଦନ୍ତ ଆରମ୍ଭ ଜାରି ରଖିଛି ।