ରଥଯାତ୍ରା ୨୦୨୩ : ମୁତୟନ ହେବେ ୧୮୦ ପ୍ଲାଟୁନ୍ ଫୋର୍ସ, ଶ୍ରୀମନ୍ଦିର ସମ୍ମୁଖରେ ମକଡ୍ରିଲ୍
10/06/2023 at 1:56 PM

ପୁରୀ ୧୦।୦୬ : ପାଖେଇ ଆସୁଛି ରଥଯାତ୍ରା । ଏଥିପାଇଁ ଜୋରଦାର ଚାଲିଛି ପ୍ରସ୍ତୁତି । ଏହିକ୍ରମରେ ଶନିବାର ଦିନ ଶ୍ରୀମନ୍ଦିର ସମ୍ମୁଖରେ ମକଡ୍ରିଲ୍ ହୋଇଛି । ପୁରୀ ଏସ୍ପି ସମେତ ବରିଷ୍ଠ ଅଧିକାରୀମାନେ ସାମିଲ ରହିଥିଲେ ।
ଖବର ଅନୁଯାୟୀ, ଚଳିତ ବର୍ଷ ରଥଯାତ୍ରାରେ ମୁତୟନ ହେବେ ସମୁଦାୟ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ। ଏଥିପାଇଁ ରାପିଡ ଆକ୍ସନ ଫୋର୍ସ ପକ୍ଷରୁ ମକ୍ ଡ୍ରିଲ୍। କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂ ଙ୍କ ଉପସ୍ଥିତିରେ ଚାଲିଛି ମକ ଡ୍ରିଲ୍। ରାପିଡ୍ ଆକ୍ସନ ଫୋର୍ସର ୩ କମ୍ପାନୀକୁ ନେଇ ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଚାଲିଛି ମକଡ୍ରିଲ୍ । ପୁରୀ ଏସପି ଡ କନୱର ବିଶାଳ ସିଂଙ୍କ ସହ ରାପିଡ ଆକ୍ସନ ଫୋର୍ସର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଛନ୍ତି । ରଥଯାତ୍ରାରେ ଜେନେରାଲ୍ କର୍ଡନ୍ ସହ ରଥ ଟଣା ସମୟରେ ସାମିଲ୍ ହେବେ ଏହି ଫୋର୍ସ ।
ସୂଚନାଯୋଗ୍ୟ ଯେ, ରଥ ଯାତ୍ରାକୁ ଆଉ କିଛି ଦିନ ବାକି ରହିଛି । ଏଥି ପାଇଁ ଜୋରସୋରରେ ଆଗେଇ ଚାଲିଛି ରଥ କାମ । ଏବେ ଯାଏଁ ୧୨ ପରସ୍ତ ପୋଟଳ କାମ ସରିଛି । ଶନିବାର ଦିନ ପାରାବାଡି କାମ ହେବ ।