ସାହାରା ସାଜିଲା ଆଶା ବାଡି, ଝାଡ଼ଖଣ୍ଡରୁ ପୁରୀ ଟାଣି ଆଣିଲା କାଳିଆର ଡୋରି
5/07/2022 at 1:49 PM

ପୁରୀ ୦୫।୦୭ : ସାହାରା ସାଜିଲା ଆଶା ବାଡି। ଝାଡ଼ଖଣ୍ଡରୁ ପୁରୀ ଟାଣି ଆଣିଲା କାଳିଆର ଡୋରି। ତିନିଜଣ ଦିବ୍ୟାଙ୍ଗ ଭକ୍ତ ମହାପ୍ରଭୁଙ୍କ ଦର୍ଶନ ପାଇଁ ଝାଡ଼ଖଣ୍ଡରୁ ଆସିଛନ୍ତି ପୁରୀ ।

ଗୁଣ୍ଡିଚା ମନ୍ଦିର ଜନ୍ମ ବେଦୀରେ ଲୀଳାଖେଳା କରୁଛନ୍ତି ମହାପ୍ରଭୁ। ଆଜି ହେଉଛି ରଥଯାତ୍ରାର ପଞ୍ଚମ ଦିବସ ଅର୍ଥାତ୍ ହେରାପଞ୍ଚମୀ। ସକାଳୁ ଲଗାଣ ବର୍ଷା ସତ୍ତ୍ୱେ ମହାପ୍ରଭୁଙ୍କୁ ଆଡପ ମଣ୍ଡପରେ ଦର୍ଶନ କରିବା ପାଇଁ କାହିଁ କେତେ ଦୂରରୁ ଭକ୍ତମାନେ ଶ୍ରୀକ୍ଷେତ୍ରକୁ ଧାଇଁ ଆସିଛନ୍ତି। ତିନିଜଣ ଦିବ୍ୟାଙ୍ଗ ଭକ୍ତ ମହାପ୍ରଭୁଙ୍କ ଦର୍ଶନ ପାଇଁ ଝାଡ଼ଖଣ୍ଡରୁ ପୁରୀ ଆସିଛନ୍ତି। ଆଖିକୁ ନଦିଶିଲେ ମଧ୍ୟ ଆଶା ବାଡି ତାଙ୍କୁ ଟାଣି ଆଣିଛି ଶ୍ରୀକ୍ଷେତ୍ରକୁ। ମହାପ୍ରଭୁଙ୍କୁ ସେ ଭାବ ଚକ୍ଷୁରେ ଦର୍ଶନ କରି କୃତାର୍ଥ ଲାଭ କରିଥିବା କହିଛନ୍ତି। ତେବେ କିଏ ଏହି ଦିବ୍ୟାଙ୍ଗ ଭକ୍ତ ? ଆସନ୍ତୁ ଜାଣିବା…
Related Posts
ପିଥିଣ୍ଡା ଗ୍ରାମରେ ଡାଇରିଆ ଆତଙ୍କ, ୨୨ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ
10 August 2022