ଦେବଦଳନ ରଥର ବଡଉଛଳା ଚକରେ ଫାଟ, ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଚାଲିଛି ଯାଞ୍ଚ

Published By : Prameya-News7 Bureau | July 04, 2022 IST

ପୁରୀ ୦୪/୦୭: ପୁରୀରେ ଚାଲିଛି ଜଗନ୍ନାଥଙ୍କ ନବଦିନାତ୍ମକ ଯାତ୍ରା । ଯାତ୍ରାର ପ୍ରଥମ ପର୍ଯ୍ୟାୟ ଅର୍ଥାତ୍ ଶ୍ରୀଗୁଣ୍ଡିଚା ପର୍ବ ସରିଛି । ଅର୍ଥାତ୍ ଥରେ ଚଢି ମାଉସୀ ମାଆ ଘରେ ପହଞ୍ଚିଛନ୍ତି ତିନିଠାକୁର । ଏବେ ଗୁଣ୍ଡିଚା ମନ୍ଦିରରେ ଚାଲିଛି ଲୀଳାଖେଳା ।

ତେବେ ଏହାରି ଭିତରେ ଦେଖିବାକୁ ମିଳିଛି ଦେବଦଳନ ରଥର ବଡଉଛଳା ଚକରେ ଫାଟ । ଏକଥା ଜଣାପଡିବା ପରେ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ତିନିରଥର ଯାଞ୍ଚ ଆରମ୍ଭ ହୋଇଛି । ବୈଷୟିକ ଟିମ୍ ଓ ପୂର୍ତ୍ତ ବିଭାଗର ଏକ ସ୍ୱତନ୍ତ୍ର ଟିମ୍ ଦ୍ୱାରା ତିନି ରଥର କରାଯାଉଛି ଯାଞ୍ଚ ।

ତାଳଧ୍ଵଜ ରଥର ପଡିନାହାକା ଚକରେ ଫାଟ । ଏହାର ମରାମତି କରାଯିବା ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ଯେହେତୁ ଏବେ ରଥ ଗୁଡିକ ଏବେ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ରହିଛନ୍ତି, ସେଥିପାଇଁ ଯାଞ୍ଚ ପ୍ରକ୍ରିୟା ସହଜ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.