ପୁରୀ: ଆଡ଼ପ ପହଣ୍ଡି ବେଳେ ଅଘଟଣ। ଖସି ପଡ଼ିଲେ ବଡ଼ ଠାକୁର ଶ୍ରୀବଳଭଦ୍ର। ଚାରମାଳ ଉପରେ ହାମୁଡେଇ ପଡ଼ିଲେ ବଡ଼ ଠାକୁର। ଏହି ଘଟଣାରେ ୭ ସେବାୟତ ଆହତ ହୋଇଛନ୍ତି। ବୋଧହୁଏ ସେବାୟତଙ୍କ ଅହଙ୍କାର ବଢ଼ିଯାଇଛି। ଏହା ବଡ଼ ଠାକୁର ଖସିବା ବଡ଼ ଅଶୁଭ ସୂଚନା ବୋଲି ଚେତାଇଛନ୍ତି ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ହରିହର କାନୁନଗୋ।
କହିଛନ୍ତି ଯେ ଏହା ଏକ ବଡ଼ ଅଘଟଣା। ବଡ଼ ଠାକୁର ହେଉଛନ୍ତି ଶ୍ରୀମନ୍ଦିର ଓ ରଥଯାତ୍ରାର ମୁରବୀ। ସେ ରଥକୁ ଆଗେ ଆସନ୍ତି। ଚାରମାଳ ଦେଇ ଆଡ଼ପ ମଣ୍ଡପକୁ ଆଗେ ବିଜେ କରନ୍ତି। ଯେଉଁ ଦଇତାପତି ଓ ସେବାୟତ ତାଙ୍କୁ ଚାରମାଳରୁ ଆଣୁଥିଲେ, ତାଙ୍କର ଏଇ ଅସାବଧାନତା ଯୋଗୁଁ ସ୍ନେହ, ଶ୍ରଦ୍ଧାରେ କିଛି ଉଣା ରହିଯାଇଛି। ଏହା ଆଗକୁ ଅଶୁଭର ସୂଚନା ଓ ଅଶୁଭ ସଂକେତ ବୋଲି ଶ୍ରୀ କାନୁନୋଗୋ କହିଛନ୍ତି।