ନୂଆବର୍ଷରେ ନୂଆ ଶ୍ରୀକ୍ଷେତ୍ର : ଆଜି ରାତି ୧୨ଟା ୩୦ପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଖୋଲିବ ଦ୍ବାର

Published By : Prameya-News7 Bureau | December 31, 2019 IST

ପୁରୀ ୩୧/୧୨: ନୂଆବର୍ଷ ପାଇଁ ନୂଆ ରୂପରେ ସଜେଇ ହୋଇଛି ପୁରୀ ସହର । ମହାପ୍ରଭୁଙ୍କର ଦର୍ଶନ କରି ବର୍ଷ ଆରମ୍ଭ କରିବା ପାଇଁ ଭକ୍ତଙ୍କର ମନୋକାମନା ପୂର୍ଣ୍ଣ କରିବା ପାଇଁ ପ୍ରଚେଷ୍ଟା । ଏଥିପାଇଁ ଶ୍ରୀମନ୍ଦିରରେ ଆରମ୍ଭ ହେଲା ନୂଆ ଦର୍ଶନ ବ୍ୟବସ୍ଥା । ନୂଆ ବ୍ୟାରିକେଡିଂ ଓ ନୂଆ ସେଡ୍‌ ସହିତ ସିଂହଦ୍ବାର ଚାରିପଟେ ସୌନ୍ଦର୍ଯ୍ୟକରଣ କାମ ଶେଷ ହୋଇଛି ।ସବୁଜିମାରେ ମନ୍ଦିର ଚାରିପଟ ମନୋରମ ଦେଖାଯାଉଥିବା ବେଳେ ବଡ଼ଦାଣ୍ଡ ହୋଇଛି ରଙ୍ଗୀନ । ନୂଆବର୍ଷରେ ପୁରୀକୁ ଆସୁଥିବା ଭକ୍ତ ମାନେ ମହାପ୍ରଭୁଙ୍କର ଦର୍ଶନ ସହ ନୂଆ ଅନୁଭୁତି ପାଇବେ ବୋଲି ଶ୍ରୀମନ୍ଦିର ପ୍ରଶାସନ ଆଶା ରଖିଛି ।…

{"id":205132,"sizeSlug":"large"}

ସଜେଇ ହୋଇଛି ସିଂହଦ୍ବାର ।ସଜେଇ ହୋଇଛି ବଡ଼ଦାଣ୍ଡ । ନୂଆବର୍ଷକୁ ସ୍ବାଗତ କରିବା ପାଇଁ ଏମିତି ଅତି ସୁନ୍ଦର ଭାବେ ସଜେଇ ହୋଇଛି ସିଂହଦ୍ବାର ଓ ସମ୍ମୁଖରେ ଥିବା ବଡ଼ଦାଣ୍ଡ । ସତେଯେମିତି ଭକ୍ତଙ୍କୁ ଆଶିଷ ବୃଷ୍ଟି କରିବାକୁ କାଳିଆ ସାଆନ୍ତୋ ହାତ ମେଲେଇ ସ୍ବାଗତ କରୁଛନ୍ତି।  ଏ ହେଉଛି ରାତିରେ ଶ୍ରୀମନ୍ଦିରର ଅପରୂପ ସୌନ୍ଦର୍ଯ୍ୟ ।ଦେଖିଲେ ଯେମିତି ଆଖି ଝଲସିଯାଉଛି ।ଆଉ ଏ ହେଉଛି ବଡ଼ଦାଣ୍ଡରୁ ସିଂହଦ୍ବାରକୁ ପ୍ରବେଶ କରିବା ପଥକୁ କେମିତି ଆକର୍ଷଣୀୟ ଭାବେ ରଙ୍ଗାୟିତ କରାଯାଇଛି । ଲାଗୁଛି ଯେମିତି ବଡ଼ଦାଣ୍ଡରେ କେହି ଚିତା ପକାଇଛି । ପୂର୍ବରୁ ଅନେକ ଥର ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଯାଇଥିବା ଭକ୍ତ ଆଜି ବର୍ଷର ଶେଷ ଦିନରେ ଯେତେବେଳେ ସିଂହଦ୍ବାର ନିକଟରେ ପହଞ୍ଚିଛି ସେତେବେଳେ ପାଇଛି ଭିନ୍ନ ଏକ ଅନୁଭୂତି ।୧୦ଟି ଧାଡ଼ିରେ ବ୍ୟାରିକେଡିଂ କରାଯାଇ ଭକ୍ତଙ୍କୁ ଡୋର୍‌ ଫ୍ରେମ୍ ମେଟାଲ ଡିଟେକ୍ଟର ଦେଇ ପ୍ରବେଶ ବ୍ୟବସ୍ଥା କରାଯାଇଛି । ନୂଆ ଭାବେ କରାଯାଇଥିବା ପାଦ ପ୍ରକ୍ଷାଳନ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି।

{"id":205133,"sizeSlug":"large"}

ନୂଆବର୍ଷରେ ମହାପ୍ରଭୁଙ୍କର ଦର୍ଶନ କରି କାମ ଆରମ୍ଭ କରିବା ପାଇଁ ସମସ୍ତଙ୍କ ମନରେ ଥାଏ ଅନେକ ଆଶା ଓ ଉତ୍କଣ୍ଠା । ଏଥିପାଇଁ ଆଜି ରାତି ୧୨ଟା ୩୦ ପରେ ମହାପ୍ରଭୁଙ୍କର ଦର୍ଶନ ପାଇଁ ଦ୍ବାର ଖୋଲିବ । ବର୍ଷର ଶେଷ ଦିନରେ ଆଜି ରାତି ୧୦ଟା ପରେ ମହାପ୍ରଭୁଙ୍କର ପହୁଡ଼ କରାଯିବ । ଆସନ୍ତାକାଲି ଶୃଙ୍ଖଳିତ ଦର୍ଶନ ଓ ମହାପ୍ରସାଦ ପ୍ରସ୍ତୁତ ଠିକ୍‌ ସମୟରେ କରିବା ପାଇଁ ସେବାୟତ ମାନେ ନିଷ୍ପତ୍ତି ନେଇଛନ୍ତି । ମାର୍କେଟ୍‌ ଛକ ପର୍ଯ୍ୟନ୍ତ ଅସ୍ଥାୟୀ ବ୍ୟାରିକେଡ୍‌ କରାଯାଇଥିବା ବେଳେ ଭକ୍ତମାନେ ବ୍ୟାରିକେଡ୍‌ ଦେଇ ସିଂହଦ୍ବାରରେ ପ୍ରବେଶ କରିବେ ଆଉ ଅନ୍ୟ ୩ ଦ୍ବାର ଦେଇ ମନ୍ଦିରରୁ ବାହାରିବେ ।ଏହି ସୌନ୍ଦର୍ଯ୍ୟକରଣ ଓ ନୂଆ ଦର୍ଶନ ବ୍ୟବସ୍ଥାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ପୁରୀ ଯାଇ ଶ୍ରୀମନ୍ଦିର ଚାରିପଟେ ସୌନ୍ଦର୍ଯ୍ୟକରଣ କାମ ଦେଖିବା ସହିତ  ଏହାର ପ୍ରଶଂସା କରିଛନ୍ତି ।…

{"id":205134,"sizeSlug":"large"}

ନୂଆବର୍ଷରେ ପୁରୀରେ ୮ ଲକ୍ଷରୁ ଅଧିକ ଭକ୍ତଙ୍କର ସମାଗମ ହେବାର ଆଶା ରହିଛି । ଏଥିପାଇଁ ୬୦ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ ରହିବେ । ସେପଟେ ପୁରୀ ବେଳାଭୂମିରେ ବହୁ ସଂଖ୍ୟାରେ ପର୍ଯ୍ୟଟକଙ୍କର ଭିଡ଼ ଜମିଛି । କାଲି ନୂଆବର୍ଷରେ ଏହି ଭିଡ଼ ଆହୁରି ବଢ଼ିବ ।…

{"id":205135,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.