ଚିଲିକାରେ ହେଲିକେପ୍ଟର ଉଡାଣ ନେଇ ଆଜି ପୁରୀ ପୋଲିସ ପାଖରେ ହାଜର ହେବେ ବୈଜୟନ୍ତ ଓ ତାଙ୍କ ଦୁଇ ସହଯୋଗୀ
19/09/2018 at 12:34 PM

ପୁରୀ ୧୯/୯ : ଚିଲିକାରେ ହେଲିକେପ୍ଟର ଉଡାଣ ନେଇ ବୈଜୟନ୍ତ ପଣ୍ଡାଙ୍କୁ ହାଜର ପାଇଁ ନୋଟିସ ଆସିଛି | ଏଠି ଶହ ତାଙ୍କ ଦୁଇ ସହଯାତ୍ରୀଙ୍କୁ ମଧ୍ୟାହ୍ନ ୧୨ତା ସୁଦ୍ଧା ସଦର ଥାନାରେ ହାଜିର ହେବା ପାଇଁ ନୋଟିସ ଜାରି କରିଛି ପୁରୀ ପୋଲିସ | ଏହି ଘଟଣାରେ ଇମ୍ଫା କର୍ତୃପକ୍ଷଙ୍କୁ ମଙ୍ଗଳବାର ସୁଦ୍ଧା ହାଜର ହେବାକୁ କୁହାଯାଇଥିଲା | ହେଲେ ଇମ୍ଫା ପକ୍ଷରୁ କେହି ହାଜର ହୋଇନଥିଲେ | ତେଣୁ ଏହି ୩ ଜଣଙ୍କୁ ନୋଟିସ ଜାରି କରିଛି ପୁରୀ ପୋଲିସ | ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ଇମ୍ଫାର କିଛି କର୍ତ୍ତୃପକ୍ଷ ପୁରୀ ସଦର ଥାନାରେ ଆସି ପହଂଚିଛନ୍ତି |